Indus Valley Times

ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣା: ଅଭିଯୁକ୍ତ ଗିରଫ

 Breaking News

ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣା: ଅଭିଯୁକ୍ତ ଗିରଫ

ବିଷଧର ସାପର ଦାନ୍ତ ଭାଙ୍ଗିବା ଘଟଣା: ଅଭିଯୁକ୍ତ ଗିରଫ
November 13
11:24 2022

ବଲାଙ୍ଗିର,୧୩/୧୧: ନାଗକୁ ନିର୍ଯାତନା ଦେଇ ଗିରଫ ହେଲେ ସାପଧରାଳି । ଗିରଫ ସାପଧରାଳି ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ ଓରଫ ବୀର।
ଶନିବାର ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ୍ କଟରରେ କାଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସଦସ୍ୟ।
ଏହା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବନ ବିଭାଗ କର୍ମଚାରୀ। ଗତକାଲି ବିଲମ୍ୱିତ ରାତିରେ ବୀରଳାଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ। ଗିରଫ ବୀରଳା ବିଶ୍ୱାଳଙ୍କୁ ପଚରା ଉଚରା କରାଯାଉଛି।
ବୀରଳା ସଫେଇ ଦେଇଛନ୍ତି ଯେ ସାପର ମୁଣ୍ଡରେ କଣ୍ଟା ଲାଗି ଯାଇଥିବାରୁ ତାକୁ ସେ ନେଲ କଟରରେ ବାହାର କରୁଥିଲେ। କିନ୍ତୁ ସେ ଅଭ୍ୟାସଗତ ଭାବେ ମଦ ପିଇ ସାପ ମାନଙ୍କୁ ଧରି ଏମିତି ନିର‌୍ୟାତନା ଦିଅନ୍ତି ବୋଲି ଜଣାପଡ଼ିଛି। ବନ ବିଭାଗ ସେ ଦିଗରେ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031