Indus Valley Times

ବୌଦ୍ଧଜିଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

 Breaking News

ବୌଦ୍ଧଜିଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

January 05
22:17 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧: ବୌଦ୍ଧଜିଲାରେ ଚଳିତବର୍ଷର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ କରାଯାଇଛି । ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି ଉପସ୍ଥିତ ରହି ଏହି ଭୋଟର ତାଲିକା ପ୍ରକାଶ କରାଯାଇଛି । ଚଳିତବର୍ଷ ଭୋଟରମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲପଲାଇନ ଆପ ପ୍ରଚଳିତ କରାଯାଇଥିଲା । ଏହି ଆପ ଦ୍ୱାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ,ସଂଶୋଧନ,ସ୍ଥାନାନ୍ତର ଅଥବା ନୂତନ ଭୋଟର ଆବଦେନ କରିଥିଲେ । ସୂଚନା ମୁତାବକ ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୮୫୮୪୦ ମହିଳା ଓ ୮୨୩୫୦ ପୁରୁଷ ଭୋଟର ରହିଥିବାବେଳେ ତୃତୀୟ ଲିଙ୍ଗ ୨ ଜଣ ଭୋଟରଙ୍କୁ ମିଶାଇ ମୋଟ ୧୬୮୧୯୨ ଜଣ ଭୋଟରଙ୍କ ନାମ ଚୂଡାନ୍ତ ତାଲିକାରେ ପ୍ରକାଶ ପାଇଛି । ପୂର୍ବ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୧୬୩୫୩୪ ଜଣ ଭୋଟରଙ୍କ ନାମ ତାଲିକାରେ ରହିଥିବାବେଳେ ବତର୍ମାନ ନୂତନ ଚୂଡାନ୍ତ ତାଲିକାରେ ୪୬୫୮ ଜଣ ନୂତନ ଭୋଟରଙ୍କ ନାମ ସଂଯୁକ୍ତ ହୋଇଥିବା ଜଣାଯାଇଛି । ସେହିପରି ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୮୫୦୦୬ ମହିଳା ଓ ୮୦୬୬୩ ପୁରୁଷ ଭୋଟର ରହିଥିବାବେଳେ ତୃତୀୟ ଲିଙ୍ଗ ୫ ଜଣ ଭୋଟରଙ୍କୁ ମିଶାଇ ମୋଟ ୧୬୫୬୭୪ ଜଣ ଭୋଟରଙ୍କ ନାମ ଚୂଡାନ୍ତ ତାଲିକାରେ ପ୍ରକାଶ ପାଇଛି । ପୂର୍ବ ନିର୍ବାଚନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୬୨୩୫୬ ଜଣ ଭୋଟରଙ୍କ ନାମ ତାଲିକାରେ ରହିଥିବାବେଳେ ବତର୍ମାନ ନୂତନ ଚୂଡାନ୍ତ ତାଲିକାରେ ୩୩୧୮ ଜଣ ନୂତନ ଭୋଟରଙ୍କ ନାମ ସଂଯୁକ୍ତ ହୋଇଥିବା ଜଣାଯାଇଛି । ଚୁଡାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲାର ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ୭୯୭୬ ଜଣ ନୂତନ ଭୋଟରଙ୍କ ନାମ ସଂଯୁକ୍ତ ହୋଇଥିବାବେଳେ ଜିଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୩୮୬୬ ରେ ପହଞ୍ଚିଥିବା ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ସନତ କୁମାର ନାଏକ ସୂଚନା ଦେଇଛନ୍ତି । । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୨୫୪ ମହିଳା ଓ ୨୪୦୪ ଜଣ ପୁରୁଷ ନୂତନ ଭୋଟର ଏବଂ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୫୭୮ ମହିଳା ଓ ୧୭୪୦ ଜଣ ପୁରୁଷଙ୍କ ନାମ ନୂତନ ଓ ଚୁଡାନ୍ତ ଭୋଟର ତାଲିକାରେ ସଂଯୁକ୍ତ ହୋଇଥିବା ଜଣାଯାଇଛି । ଏହି ବୈଠକରେ ବିଜେପି ପକ୍ଷରୁ ଜିଲା ସଭାପତି ବିପ୍ରଚରଣ ମହାନ୍ତି, କଂଗ୍ରେସ ପକ୍ଷରୁ ଜିଲା ଉପସଭାପତି ସମରେଶ ମିଶ୍ର,ସିପିଆଇ ପକ୍ଷରୁ ଅବକାଶ ସାହୁ,ବିଜେଡି ପକ୍ଷରୁ କମ୍ଭୁଧର କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର(ନିର୍ବାଚନ) ଅବନୀକାନ୍ତ ସାହୁ,ଉପବିଭାଗ ଅଧିକାରୀ ରାଜଗୋପାଳନ ମହାପାତ୍ର,ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ଓ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ଓ ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲା ପ୍ରଶାସନ ପକ୍ଷରୁ ସଂଗ୍ରହଳୟର ସଂଗୃହୀତ ସାମଗ୍ରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ବୌଦ୍ଧ,୫/୧ : ବୌଦ୍ଧଜିଲା ପ୍ରଶାସନ ପକ୍ଷରୁ ଜିଲା ସଂଗ୍ରହାଳୟରେ ପର୍ଯ୍ୟଟକମାନେ ସହଜରେ ଜାଣିପାରିବା ପାଇଁ ସଂଗୃହୀତ ସାମଗ୍ରୀ ଗୁଡିକର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା ସଂସ୍କୃ୍‌ତି ପରିଷଦ ଓ ଡିଜିଟାଲ ଡିପୋଜିଟାରୀ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ବିନା ଗାଇଡରେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସଂଗହାଳୟ ବୁଲିବା ସହିତ ପ୍ରଦର୍ଶିତ ବିଭିନ୍ନ ସାମଗ୍ରୀ ସମ୍ପର୍କରେ ସହଜରେ ଜାଣିବା ପାଇଁ ଏକ ତିନିଜଣିଆଁ କମିଟି ଗଠନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି । କମିଟି ସଦସ୍ୟମାନେ ସଂଗ୍ରହାଳୟରେ ଉପସ୍ଥିତ ରହି ସାମଗ୍ରୀ ଗୁଡିକର ନାମ ଓ ବିଶେଷତ୍ୱ ସଂପର୍କରେ ଓଡ଼ିଆ ଓ ଇଂରାଜୀରେ ଲେଖିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ସଂଗ୍ରହାଳୟର ସର୍ବମୋଟ ୧୭ ଟି କକ୍ଷରେ ଏହି ଚୟନ ପ୍ରକିୟା ଜାରି ରହିଥିବାବେଳେ ଖୁବ ଶିଘ୍ର ଏହି କାର୍ଯ୍ୟ ସମାପନ କରାଯିବ ବୋଲି ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟରେ ସାହିତ୍ୟିକ ନିଳଲୋହିତ ମହାପାତ୍ର,ବୌଦ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସ୍ୱାଧୀନ କୁମାର ପରିଡା,ରମେଶ ପ୍ରସାଦ ମେହେର,ଜିତେନ୍ଦ୍ର ମହାନ୍ତି,ଅକ୍ଷୟ ମହାକୁଡ ଏବଂ ସଂଗ୍ରହାଳୟର କର୍ମଚାରୀ ଦେବୀଲାଲ ସାହୁ,ବାବୁଲାଲ ନାଏକ,ଆଶୁତୋଷ ସାହୁ,ଜୟଦେବ ବେହେରା ଓ ଶ୍ୟାମ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ ।
ମୃତ୍ତିକା ସଂରକ୍ଷଣ ବିଭାଗର ଫାର୍ମଫଣ୍ଡ ଖନନରେ ଅନିୟମିତା ଅଭିଯୋଗ ,ମେସିନକୁ ଶ୍ରମିକ ଦର୍ଶାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

ବୌଦ୍ଧ, ୫/୧: ବୌଦ୍ଧଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ବୌଦ୍ଧ ବ୍ଲକରେ ଚଳିତ ବର୍ଷ କାର୍ଯ୍ୟକାରୀ ହୋଇଥିବା ଶ୍ରମ ଭିତ୍ତିକ ମନରେଗା ଫାର୍ମ ଫଣ୍ଡ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି ।ମେସିନ ସାହାଯ୍ୟରେ ପୋଖରୀ ଖନନ କରି ଶ୍ରମିକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି, ମିଳିଥିବା ସୂଚନା ମତେ,ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ୫ ଶହ ୫୦ ଟି ଫାର୍ମ ଫଣ୍ଡ ଖୋନନ ପାଇଁ ପ୍ରକଳ୍ପ ମଞ୍ଜୁର ମିଳିଛି ।
ଏଥିପାଇଁ ଗୋଟିଏ ପ୍ରକଳ୍ପ ବାବଦକୁ ୧ ଲକ୍ଷ ୮୪ ହଜାର ୯ ଶହ ୯୪ ଟଙ୍କା ଅନୁଦାନ ରାଶି ମଞ୍ଜୁର ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ଅନେକ ପ୍ରକଳ୍ପ ଖନନ ରେ ଶ୍ରମିକଙ୍କ ଦ୍ୱାରା ଖୋଳାନଯାଇ ବିନା ସୂଚନା ଫଳକରେ ସ୍ପଷ୍ଟ ଦିବାଲୋକରେ ମେସିନ ସାହାଯ୍ୟରେ ଖନନ ଚାଲିଛି,ତେବେ ବ୍ଲକର ଆମ୍ବଝରି ପଞ୍ଚାୟତ ଅନ୍ତର୍ଗତ ଗଣ୍ଡିସର ଗାଁରେ ଚାଲିଥିବା ଫାର୍ମ ଫଣ୍ଡ ଖନନରେ ଗୋଟିଏ ଜେସିବି ମେସିନ ଓ ୩ ଟି ଟ୍ରାକ୍ଟର ସାହାଯ୍ୟରେ ସ୍ପଷ୍ଟ ଦିବାଲୋକରେ ପୋଖରୀ ଖନନ କାର୍ଯ୍ୟ ଚାଲିଛି, ଏନେଇ ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି, ତେବେ ଯନ୍ତ୍ରୀଙ୍କ ଜାଣତରେ ଏଭଳି ଶ୍ରମିକ ମାରଣ ନୀତିକୁ କରାଯାଉଥିବା ଅଭିଯୋଗ ହେଉଛି,

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031