Indus Valley Times

ବୌଦ୍ଧ:ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ସଦ ଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ ଅନୁଷ୍ଠିତ

 Breaking News

ବୌଦ୍ଧ:ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ସଦ ଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ ଅନୁଷ୍ଠିତ

August 21
10:45 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୮ : ଶନିବାର ଦିନ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର‌୍ୟ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଓ ସଦଦ୍ଭାବନା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଏହି ଦିବସର ତାତ୍ପର‌୍ୟ୍ୟ ବିଷୟରେ ଅଲୋକପାତ କରିବାସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଜାତି,ଧର୍ମ,ସମ୍ପ୍ରଦାୟ,ଭାଷା ମଧ୍ୟରେ କୌଣସି ବିଭେଦ ନରଖି ସମସ୍ତଙ୍କ ମଧ୍ୟରେ ଭାବନାତ୍ମକ ଏକତା ଓ ସଦଦ୍ଭାବନା ରଖି ସାହାଯ୍ୟ କରିବା ସହିତ ହିଂସା ର ଆଶ୍ରୟ ନନେଇ ସମସ୍ତ ପ୍ରକାର ମତଭେଦ କୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।
ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣି ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର‌୍ୟ୍ୟ, ଜିଲ୍ଲା ସାମାଜିକ ଅଧିକାରୀ ସୁଧାଂଶୁ ଶେଖର ଶତପଥୀ, ସମସ୍ତ ସହକାରୀ ଜିଲ୍ଲାପାଳ, ସମସ୍ତ ସେକ୍ସନ ଅଧିକାରୀ ଓ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି ଦିବସ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ସମସ୍ତ କାର‌୍ୟ୍ୟାଳୟ ମାନଙ୍କରେ ଅନୁରୂପ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
……………………………..
ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସ୍ଥାନ ପରିବର୍ତ୍ତନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୮ : ଆଗାମୀ ଅଗଷ୍ଟ ୨୨ ତାରିଖରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମପଞ୍ଚାୟତ ଓ ୨୯ ତାରିଖରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଗ୍ରାମପଞ୍ଚାୟତରେ ହେବାକୁଥିବା ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମ ପରିବର୍ତ୍ତନ କରାଯାଇଛି ।
ସୂଚନା ମୁତାବକ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପତ୍ରସଂଖ୍ୟା ୬୪୩୫ ତା ୨୦.୦୮.୨୦୨୨ ଅନୁଯାୟୀ ଆଗାମୀ ୨୨ ତାରିଖରେ ହେବାକୁଥିବା ଜନଶୁଣାଣି ଶିବିର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ ଗ୍ରାମପଞ୍ଚାୟତ କାର‌୍ୟ୍ୟାଳୟଠାରେ ଏବଂ ୨୯ ତାରିଖରେ ହେବାକୁଥିବା ଜନଶୁଣାଣି ବୌଦ୍ଧବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମପଞ୍ଚାୟତଠାରେ ହେବ ବୋଲି ଜଣାଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031