Indus Valley Times

ବୌଦ୍ଧ : ଅମଲା ସଂଘର ସାଧାରଣ ପରିଷଦ ବୈଠକ

 Breaking News

ବୌଦ୍ଧ : ଅମଲା ସଂଘର ସାଧାରଣ ପରିଷଦ ବୈଠକ

March 06
20:08 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୩: ସ୍ଥାନିୟ କର୍ମଚାରୀ ଭବନ ଠାରେ ରାଜସ୍ୱ ଅମଲା ସଂଘ ବୌଦ୍ଧ ଶାଖାର ସାଧାରଣ ପରିଷଦ ବୈଠକ ସଭାପତି ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ନିମନ୍ତ୍ରୀତ ଅତିଥିଭାବେ ପ୍ରଭାସ କୁମାର ମିଶ୍ର ଓ ଅଖିଳଚାନ୍ଦ ମହାପାତ୍ର ଯୋଗଦେଇ କର୍ମଚାରୀ ମାନଙ୍କୁ ପ୍ର।।ସନିକ ନୀତି, ଆଦର୍ଶ, ସମୟାନୁବତ୍ତିତା ଓ କର୍ତ୍ତବ୍ୟପରାୟଣ ସଂପର୍କରେ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ବୟୋଜ୍ୟେଷ୍ଠ ଅମଲା କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
ପ୍ରାରମ୍ଭରେ ଅନୁଷ୍ଠାନର ଉପ ସଭାପତି ଲକ୍ଷ୍ମିନାରାୟଣ ବଳିୟାର ସିଂ ନିମନ୍ତ୍ରିତ ଅତିଥି ତଥା ୩୫ଜଣ ଜିଲ୍ଲାର ଅବସରପ୍ରାପ୍ତ ୩୫ଜଣ ରାଜସ୍ୱ ଅମଲା କର୍ମଚାରୀଙ୍କ ପରିଚୟ ପ୍ରଦାନ କରିଥିବାବେଳେ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ସେଠୀ ବାର୍ଷିକ ଆୟବ୍ୟୟ ଓ ସଂପାଦକ ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହାପରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠାଭାବେ ଲକ୍ଷ୍ମୀନାରାୟଣ ବଳିୟାର ସିଂ, ଉପଦେଷ୍ଠାଭାବେ କୌଶିକ ମହାନନ୍ଦିଆ, ଭିକାରୀ ଝାଙ୍କର, ନିରଞ୍ଜନ ପାଢୀଙ୍କୁ ମନୋନୀତ କରାଯାଇଥିବାବେଳେ ଅଧ୍ୟକ୍ଷଭାବେ ରାଜେନ୍ଦ୍ର କୁମାର ମହାପାତ୍ର, ସଭାପତିଭାବେ ମାନସ ରଂଜନ ସେଠୀ, କାର୍ଯ୍ୟକାରିଣୀ ସଭାପତିଭାବେ ସରୋଜ କୁମାର ବେହେରା, ଉପ ସଭାପତିଭାବେ ଲୋକନାଥ ମେହେର, ସଂପାଦକ- ପ୍ରେମାନନ୍ଦ ମେହେର, ଗଣମାଧ୍ୟମ ସଂପାଦକ- ଗଗନ ବିହାରୀ ସାହୁ, ଯୁଗ୍ମ ସଂପାଦକ- ସଂଗୀତା ପ୍ରଧାନ, କୋଷାଧ୍ୟକ୍ଷ- ପ୍ରମୋଦ କୁମାର ସେଠୀ, ଓ କାର୍ଯ୍ୟକାରିଣୀ ସଦସ୍ୟଭାବେ କଳ୍ପନା ସ୍ୱାଇଁ, ମମତା କହଁର, ସର୍ବେଶ୍ୱର ଦାନୀ, ଜ୍ୟୋତି ଶଙ୍କର ପ୍ରଧାନ, ସୋମେଶ ନାୟକ, ଜିତେନ୍ଦ୍ର କୁମାର ମେହେର, ପ୍ରିତି ରଂଜନ ପ୍ରଧାନ, ଶିବ କୁମାର ଦଳବେହେରା, ସୁରେଶ କୁମାର ପ୍ରଧାନ, ଦେବାଶିଷ ଗାଇଗୌରୀଆ, ସଞ୍ଜିବ ଗୁରାଣ୍ଡିଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ ।
ପୂର୍ବତନ କାଉନସିଲର ପ୍ରଫୁଲ୍ଲ ସାହୁଙ୍କ ପରଲୋକ
ବୌଦ୍ଧ,୬/୩: ବୌଦ୍ଧ ସହରର ଗଣେଶ ବଜାରରେ ରହୁଥିବା ପୂର୍ବତନ ବିଜେପି କାଉନସିଲର ତଥା ସମାଜସେବୀ ପ୍ରଫୁଲ୍ଲ ସାହୁଙ୍କ ଆଜି ଭୋର୍ ୫ଟାରେ ନିଜ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ତାଙ୍କ ବିୟୋଗ ଖବର ପ୍ରଚାର ପରେ ବୌଦ୍ଧ ସହରରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଶ୍ରୀ ସାହୁ ଜଣେ ମେଳାପୀ, ସ୍ପଷ୍ଟବାଦୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ।
ସେ ସେନାବାହିନୀରୁ ଅବସର ନେବାପରେ ଓଡିଶା ପରିବହନ ନିଗମର ଡ୍ରାଇଭର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ପରବର୍ତ୍ତି ସମୟରେ ରାଜନୀତିରେ ପ୍ରବେଶ କରି ବିଜେପି ଦଳର ଦୁଇଥର କାଉନସିଲର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିଲେ । ବୌଦ୍ଧସ୍ଥିତ ଶ୍ରୀ ଚନ୍ଦ୍ରଚୁଡ ବାବାଙ୍କ ମନ୍ଦିର ନିର୍ମାଣ, ରକ୍ଷଣା ବେକ୍ଷଣ ଓ ପରିଚାଳନାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।
ବୌଦ୍ଧଜିଲ୍ଲା ମଧୁବୈଶ୍ୟ ସମାଜର ଉପସଭାପତି ଭାବେ ମଧ୍ୟ ନିଜର ଦାୟିତ୍ୱ ତୁଲାଇଥିଲେ । ମୃତ୍ୟୁବେଳକୁ ଦୁଇ ପୁଅ, ବୋହୁ, ନାତି ନାତୁଣୀ ଓ ସଂପର୍କୀୟ ଉପସ୍ଥିତ ଥିଲେ । ସହରର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କରି ଅନ୍ତିମ ଦର୍ଶନ କରିଥିଲେ । ବୌଦ୍ଧ ସହରସ୍ଥିତ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ଅମର ସାହୁ ମୁଖାଗ୍ନି ଦେଇଥିଲେ ।
ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବୌଦ୍ଧର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୬/୩: ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବୌଦ୍ଧଜିଲ୍ଲା ସ୍ତରୀୟ ବୈଠକ ମାହେଶ୍ବରୀ ଭବନ ବୌଦ୍ଧ ଠାରେ ଷ୍ଟିଅରିଙ୍ଗ କମିଟି ସଭ୍ୟ ଶମ୍ଭୁ ଗିରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା,ଉକ୍ତ ବୈଠକରେ ସର୍ବସମ୍ମତ କ୍ରମେ ଜିଲ୍ଲା ସଂଘର ପୁନର୍ଗଠନ କରାଯାଇଥିଲା ।
ଜିଲ୍ଲା ସଂଘ ସଭାପତି ଭାବରେ ଶିଶିର ଖଟୁଆ,କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରି,ଉପ ସଭାପତି ରଞ୍ଜିତା ମିଶ୍ର,ସୁଦାମ ଚରଣ ମିଶ୍ର,ବସନ୍ତ ବିଶ୍ବାଳ,ସଂପାଦକ ମହେଶ ସେଠୀ,ସହ ସଂପାଦକ ପରମେଶ୍ବର ମେହେର,ରବିନ୍ଦ୍ର ମେହେର,ନିରାକାର ସାହୁ,କୋଷାଧ୍ୟକ୍ଷ ଅଶୋକ ଘିବିଲା ଏବଂ ଗଣ ମାଧ୍ୟମ ସଂଯୋଜକ ବିଜୟ ସାହୁଙ୍କୁ ମନୋନୀତ କରାଯାଇଥିଲା,ଦ୍ବିତୀୟ ପର‌୍ୟ୍ୟାୟରେ ରାଜ୍ୟ ସଂଘର ତିନି ଦଫା ଦାବିକୁ ନେଇ ହେବାକୁ ଥିବା ଆଗାମୀ ଆନ୍ଦୋଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା, ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଷ୍ଟିଅରିଙ୍ଗ କମିଟି ସଭ୍ୟ ସୁଧାଂଶୁ ନାୟକ ଓ ମିନକେତନ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ ଥିଲେ । ମହାସଂଘ ତରଫରୁ ପ୍ରୂ୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୧୧/୦୩/୨୦୨୩ ତାରିଖ ଶନିବାର ଦିନ ବ୍ଳକ ସ୍ତରରେ ଏବଂ ୧୫/୦୩/୨୦୨୩ ତାରିଖ ବୁଧବାର ଦିନ ଭୁବନେଶ୍ବର ଠାରେ ନେଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ନିଶ୍ଚିତ କରାଯିବା ପାଇଁ ସର୍ବସମ୍ମତ କ୍ରମେ ବୈଠକରେ ନିଷ୍ପତି ନିଆଯାଇଅଛି ।
ଉକ୍ତ ବୈଠକରେ କଣ୍ଟାମାଳ ବ୍ଳକ ସଭାପତି ଶିଶିର ଖଟୁଆ,ସଂପାଦକ ପ୍ରଜୀଣା ପାଢୀ,ହରଭଙ୍ଗା ବ୍ଳକ ସଭାପତି ରଜତ କୁମାର ନାୟକ,ସଂପାଦକ ବାମଦେବ ଦାଶ, ବୌଦ୍ଧ ବ୍ଳକ ସଭାପତି ରାଜ କୁମାର ପ୍ରଧାନ,ସଂପାଦକ ଉତ୍ତମ ନାୟକ ରଶ୍ମିରଞ୍ଜନ ଦାସ ପ୍ରମୁଖଙ୍କ ସହ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ,ରାଜକୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ପଞ୍ଚାୟତିରାଜ ଦିବସ କୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ
ବୌଦ୍ଧ,୬/୩: ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆଜି ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହିତ କଳାପଟି ବାନ୍ଧି ଆଜିର ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରା ଯାଇଥିଲା ।
ବୌଦ୍ଧ ସଦର ବ୍ଲକ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଥିଲା । ଏଥିରେ ଜିଲ୍ଲା ବିଜେପି ସଭାପତି ତାଙ୍କ ଭାଷଣରେ ବିଜେଡି ସରକାର କେମିତି ପଞ୍ଚାୟତ ବ୍ୟବସ୍ଥାକୁ ରାଜନୀତି କରଣ କରି ଗଣତନ୍ତ୍ର କୁ ହତ୍ୟା କରିଛନ୍ତି ।
ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ର ଆତ୍ମା କାନ୍ଦୁଛି । ଭ୍ରଷ୍ଟାଚାର ଓ ଦୁର୍ନୀତି ର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ଉଦାହରଣ ସ୍ୱରୂପ ପାଞ୍ଚ ଗୋଟି ପ୍ରମୁଖ ଦୁର୍ନୀତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା,ମନରେଗା ପାଇଁ ଆସୁଥିବା ଅର୍ଥ ବ୍ୟାପକ ହରିଲୁଟ, ମିଛ ଜବକାର୍ଡ, ମିଛ ବିଲ, ସି.ଏଫ୍.ସି. ଟଙ୍କା ପଞ୍ଚାୟତ ରେ ଖର୍ଚ୍ଚ ନକରି ଅନ୍ୟ ଆଡ଼େ ଖର୍ଚ୍ଚ, କରା ଯାଉଛି ।
ଏନ.ଏଫ୍.ଏସ. ଏ. ଖାଦ୍ୟ ସୁରକ୍ଷା ଆଇନ ରେ ୨୦ ଭାଗ ଅଯୋଗ୍ୟ ହିତାଧିକାରୀ ଙ୍କୁ ରଖି ଦଳୀୟ ବିଜେଡି କୁଜି ନେତା ଙ୍କ ନାମ ତାଲିକାରୁ ବାଦ ଦିଆଯାଉ ନାହିଁ,ପାଇଖାନାରେ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କୁ ଅଣ ଦେଖା କରିବା ସହିତ ବିରୋଧୀଦଳ ର ନିର୍ବାଚିତ ସରପଞ୍ଚ ମାନଙ୍କୁ ନାନା ପ୍ରକାର ହଇରାଣ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ମିଶ୍ର ,ତାପସ ପଟ୍ଟନାୟକ , ସୁଶାନ୍ତ ବାଘ, ରାଜକୁମାର ମେହେର, ମୀନାରାଣୀ ମିଶ୍ର, ନବୀନ ହୋତା, ଯୀଶୁ ପ୍ରଧାନ ଶିବ ଖେତୀ, ଅନିଲ ପ୍ରଧାନ ସୁଦର୍ଶନ ବଘାର, ରାମ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ପୁଲିସ ପକ୍ଷରୁ ମାତାଗାଡୁ ଜଙ୍ଗଲ ମଧ୍ୟରୁ ଜବତ କଲା ୨୦ କ୍ୟୁଣ୍ଟାଲ ୪୦ କେଜି ଗଂଜେଇ
ବୌଦ୍ଧ,୬/୩: ବୌଦ୍ଧ ଜିଲ୍ଲା ଗଂଜେଇ ଚାଷ ଓ କାରବାରର ଏକ ପେଣ୍ଠସ୍ଥଳ କହିଲେ କିଛି ଭୁଲ ହେବ ନାହିଁ । ଜିଲ୍ଲା ରେ ଗଂଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇପଡିଛି, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଂଜେଇ ଚାଷ ହେଉଥିବା ସ୍ଥାନ ଗୁଡିକ ଚିହ୍ନଟ କରି ଗଂଜେଇ ଚାଷ ନଷ୍ଟ କରୁଥିବା ସ୍ୱତ୍ତେ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଂଜେଇ ବାହରକୁ ଚାଲାଣ ହେଉଛି ।
ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରତିଦିନ ମାମଲା ରୁଜୁ କରି ଆସୁଥିଲେ ସୁଧା ଏହା ଥମିବାର ନା ନେଉନି । ଶନିବାର ଦିନ ବୌଦ୍ଧ ପୁଲିସ ବଘିଆପଡା ଫାଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ପୁଲିସ କୌଣସି ସୁତ୍ରରୁ ଖବର ପାଇ ମାତାଗାଡୁ ଜଙ୍ଗଲ ମଧ୍ୟରେ ଚଢାଉ କରିଥିଲେ,ଜଙ୍ଗଲ ମଧ୍ୟରୁ ୯୭ ଗୋଟି ଜରିବସ୍ତାରେ ଥିବା ବିପୁଳ ଗଂଜେଇ ଦେଖିବାକୁ ପାଇଥିଲା, ଜବତ ଗଂଜେଇ ଗୁଡିକ ଓଜନ କରିବାରେ ୨୦ କ୍ୟୁଣ୍ଟାଲ ୪୦ କେଜି ହୋଇଥିଲା,ଏନେଇ ବୌଦ୍ଧ ଥାନାରେ ଥାନା କେସନଂ ୧୨୫/୨୩ ର ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୁଚନା ଦେଇଛନ୍ତି, କିନ୍ତୁ ଏହି ଗଂଜେଇ ମାମଲାରେ ପୁଲିସ କାହାରିକୁ ଗିରଫ କରିନାହିଁ ।

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ
ବୌଦ୍ଧ,୬/୩: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତୀୟ ମହିଳା ଦିବସ ରବିବାରଦିନ ପାଳିତ ହୋଇଛି । ଏହି ଅବସରରେ ସକାଳେ ସହରର ବ୍ରିଜ ଛକ ଠାରୁ କଲେଜ ଛତ୍ରୀ, ଅଶାକର୍ମୀ , ଅଙ୍ଗନୱାଡି କର୍ମୀ ଓ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନଙ୍କୁ ନେଇ ଏକ ସାଇକଲେ ରାଲି ଅନୁଷ୍ଠିତ ହୋଇଥିଲା ।
ଜିଲାପାଳ ସତ୍ୟ ରଂଜନ ସାହୁ ଏହି ସାଇକେଲ ରାଲିକୁ ଶୁଭାରମ୍ଭ କରିଥିଲେ । ପରେ ସଦଭାବନା ସଭାଗୃହ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ସଭାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଂଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବହେରା, ଜିଲ୍ଲା କାର୍ଯ୍ୟନିବାହୀ ଅଧିକାରୀ ଅଶ୍ୱିନ କୁମାର ମେହେର ଆର୍ନ୍ତଜାତୀୟ ମହିଳା ଦିବସ ଉପରେ ଆଲୋକପାତ କରିଥିଲେ, ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା ।
ଜିଲ୍ଲା ସୁଚନା ଲୋକ ସଂପର୍କ ଅଧିକାରୀ ରୀତାକାନ୍ତ ବଳିଆରସିଂ , ଡିପିଏମ ରୁପକ ମହାପାତ୍ର, ତହସିଲଦାର ଦେବୀ ପ୍ରସାଦ ଦାଶ, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଓ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ପ୍ରକାଶ ଥାଉକି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଏ କିନ୍ତୁ ଏ ବର୍ଷ ୮ ତାରିଖ ହୋଲି ପର୍ବ ଥିବାରୁ ବିଭାଗ ପକ୍ଷରୁ ସ୍ୱତନ୍ତଭାବେ ସପ୍ତାହ ବ୍ୟାପି ୨ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜିଲାସ୍ତରରେ ପାଳନ କରାଯିବ ବୋଲି ସୁଚନା ଦିଆଯାଇଛି ,ସହରର କୃଷକ ବଜାର ଠାରେ ଜିଲ୍ଲା ଶିଳ୍ପବିଭାଗ ପକ୍ଷରୁ ଏକ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930