Indus Valley Times

ବୌଦ୍ଧ : ଚିଠା ଭୋଟର ତାଲିକା ପ୍ରକାଶ

 Breaking News

ବୌଦ୍ଧ : ଚିଠା ଭୋଟର ତାଲିକା ପ୍ରକାଶ

October 30
11:03 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧୦: ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି ।
ଜିଲାପାଳ ତଥା ଜିଲାନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତଥା କଂଟାମାଳ ନିର୍ବାଚନ ମଣ୍ଡଳିର ପଞ୍ଜିକରଣ ଅଧିକାରୀ ଅନିରୁଦ୍ଧ ପଧାନ, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳିର ପଞ୍ଜିକରଣ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , ତହସିଲଦାର ଲଗ୍ନଜିତ ବେହେରା, ନିର୍ବାହୀ ଅଧିକାରୀ ବୌଦ୍ଧଗଡ ଏନଏସି ସ୍ୱସ୍ତିକ ଜମାଦାର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, ବିଜେଡିଦଳର କମ୍ଭୁଧର କ୍ଷେତୀ, ବିଜେପିର ତାପସ କୁମାର ପଟ୍ଟନାୟକ, କଂଗ୍ରେସର ସମରେଶ ମିଶ୍ର ଏହି ଚିଠା ପ୍ରକାଶନ ସମୟରେ ଉପସ୍ଥିତ ଥିଲେ ।
ଏହି ଭୋଟର ତାଲିକାରୁ ଯେପରି କେହି ବାଦ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଆସନ୍ତା ଜାନୁୟାରୀ ୬ ତାରିଖ ଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୁଚନା ମିଳିଛି । କାର୍ଯ୍ୟକ୍ରମକୁ , ଡେପୁଟି କଲେକଟର (ନିର୍ବାଚନ) ଶାଶ୍ୱତ ପ୍ରଧାନ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930