Indus Valley Times

ବୌଦ୍ଧ : ଜିଲ୍ଲା ସ୍ତରୀୟ ଡୁମାଳ ମହାସଭା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ : ଜିଲ୍ଲା ସ୍ତରୀୟ ଡୁମାଳ ମହାସଭା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ

ବୌଦ୍ଧ : ଜିଲ୍ଲା ସ୍ତରୀୟ ଡୁମାଳ ମହାସଭା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
January 08
19:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୧: ବୌଦ୍ଧ ଡୁମାଳ ପରିଷଦର ଜିଲ୍ଲାସ୍ତରୀୟ ମହାସଭା ପାଇଁ ଦ୍ୱିତୀୟ ବୈଠକ ବୌଦ୍ଧ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାକୁଢ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ପୂର୍ବତନ ରାଜ୍ୟ ସଭାପତି ତଥା ଜିଲାକିରା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ସୁଧିର କର୍ଣ୍ଣ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାକୁଢ଼ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସୁଦାମ ଖମାରୀ ସମେତ ଜିଲ୍ଲ୍‌ାର ୨୭ଟି କେନ୍ଦ୍ରର ସଭାପତି, ସମ୍ପାଦକ ଓ ଲ୍ଲ୍‌ାର କର୍ମକର୍ତ୍ତାମାନେ ଯୋଗଦେଇ ସମାଜର କୋଡ଼ିଏ ହଜାର ପରିବାରର ଏକନ୍ଦ୍ରିକରଣ , ବିବାହ ପାଇଁ ପରିଚୟ ପତ୍ର ବାଧ୍ୟତା ମୂଳକ ଓ ପୂର୍ବରୁ ପ୍ରଚଳିତର ନିୟମାବଳୀଙ୍କୁ ସଂଶୋଧନ କରିବା ପାଇଁ ସମସ୍ତ କେନ୍ଦ୍ରର କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଆସନ୍ତା ଫେବୃୟାରୀ ମାସ ତା ୧୦ ଓ ୧୧ ତାରିଖ ଦୁଇଦିନ ଜିଲ୍ଲା ସ୍ତରୀୟ ମହାସଭା କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି କରାଗଲା । ମହାସଭା ପାଇଁ ଆଉ ଏକ ବୈଠକ ଜାନୁୟାରୀ ୨୧ ତାରିଖ ବୌଦ୍ଧସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ବସିବା ପାଇଁ ସ୍ଥିର କରାଗଲା । ଜିଲ୍ଲା ସମ୍ପାଦକ କାହ୍ନୁଚରଣ ମେଷୁଆ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଭାପତି ଶ୍ରୀ ସୀତାଂଶୁ ଶେଖର ମହାକୁଳ ସଭାକୁ ସାଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031