Indus Valley Times

ବୌଦ୍ଧ : ଡ଼ୁମାଳ ପରିଷଦ ବୌଦ୍ଧ ଶାଖା ର ସମ୍ବର୍ଦ୍ଧନା ସଭା

 Breaking News

ବୌଦ୍ଧ : ଡ଼ୁମାଳ ପରିଷଦ ବୌଦ୍ଧ ଶାଖା ର ସମ୍ବର୍ଦ୍ଧନା ସଭା

January 10
11:12 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧ : ସୋମବାର ବାଉଁଶୁଣି କେନ୍ଦ୍ର ମା ମହେଶ୍ବରୀ ମନ୍ଦିର ପ୍ରାଙ୍ଗନରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖା ତରଫରୁ ନୂତନ କର୍ମ କର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ବାଉଁଶ଼ୁଣି କେନ୍ଦ୍ର ସଭାପତି ଅଶୋକ କୁମାର ମହାକୁଡ଼ ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।
ସର୍ବ ପ୍ରଥମେ ମା ମାହେଶ୍ୱରୀ ଙ୍କ ଠାରେ ପୂଜାର୍ଚନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭା ବୈଠକରେ ଜିଲ୍ଲାପରିଷଦ ଉପାଧକ୍ଷ ଶ୍ରୀ ଶଙ୍କର୍ଷଣ ପ୍ରଧାନ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ ଓ ସଭାପତି ବୌଦ୍ଧ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଅରୁଣ କୁମାର ପ୍ରଧାନ ଙ୍କୁ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖା ତରଫରୁ ସଭାପତି ଶ୍ରୀ ସୀତାଂଶୁ ଶେଖର ମହାକୁଡ଼ ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ କ୍ଷ ଜିଲ୍ଲାର ସମସ୍ତ ଡ଼ୁମାଳ ସମାଜ ଓ କେନ୍ଦ୍ର ମାନଙ୍କ ଉନ୍ନତି ପାଇଁ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ସମ୍ପାଦକ କାଁହୁ ଚରଣ ମେଶୁଆ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ନୂତନ କର୍ମକର୍ତା ସଭାପତି ଶୀତଂଶୁ ଶେଖର ମହାକୁଡ଼, ଉପସଭାପତି ସନ୍ତୋଷ ଦନ୍ତା, ନବୀନ ମହାକୁଡ଼, ସମ୍ପାଦକ କାଁହୁ ଚରଣ ମେଶୁଆ, ସାହସମ୍ପାଦକ କାଶୀବିଶ୍ୱନାଥ କର୍ଣ୍ଣ, ପ୍ରବୀର ମାହ୍ରା, କୋଷାଧକ୍ଷ ମନୋଜ କୁମାର ମହାକୁଡ଼, ପୂର୍ବତନ ସଭାପତି ରମଣୀ ରଂଜନ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ସତ୍ୟନାରାୟଣ ବଘାର, ଗୌର ଚରଣ ପ୍ରଧାନ, ଧରଣୀ ଧର ଲଉରିଆ, ଉପଦେଷ୍ଟା, କମିଟି ସଦସ୍ୟ ପୁର୍ଣଚନ୍ଦ୍ର ମହାକୁଡ଼,, ସୂର୍ଯ୍ୟନାରାୟଣ ମହାକୁଡ଼, ଜନ୍ମେଜୟ ପ୍ରଧାନ, କାଳିନ୍ଦୀ ଖେତୀ ରାଜ୍ୟ ପ୍ରତିନିଧି ବିଭୂପ୍ରସାଦ ଖେତୀ, ସୁଧୀର କୁମାର କର୍ଣ, ସୁଦାମ ଚରଣ ଖମାରି, ରମଣୀ ରଂଜନ ପ୍ରଧାନ, ପ୍ରଫୁଲ ମହାକୁଡ଼ ଓ କୃତିବାସ ପଲିଆ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ବୈଠକ ରେ କେନ୍ଦ୍ର ମାନଙ୍କ ସମସ୍ୟା, ସର୍ଭେ ରିପୋର୍ଟ, ପରିଚୟ ପତ୍ର, ଓ ବିବାହ ପଞ୍ଜିକରଣ ବ୍ୟବହାର ନିମନ୍ତେ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରି ବାମଣ୍ଡା କେନ୍ଦ୍ର ସଭାପତି ଗରୁଡ଼ ଧ୍ଵଜ ପ୍ରଧାନ, ସମ୍ପାଦକ କୈଳାଶ ଚନ୍ଦ୍ର ବିଶି, ରାମଗଡ଼ ସମ୍ପାଦକ ଲୋକନାଥ କର୍ଣ୍ଣ, ସଂକୁଳେଇ କେନ୍ଦ୍ର ସଭାପତି ମନରଞ୍ଜନ ମହାକୁଡ଼, ତାକୁଡ଼ କେନ୍ଦ୍ର ସଭାପତି ବିଶ୍ଵାମିତ୍ର ବାରିକ, ପୁରୁଣାକଟକ କେନ୍ଦ୍ର ସଭାପତି ମୃତ୍ୟଞ୍ଜୟ ପ୍ରଧାନ ଓ ବିଳାସପୁର ସଦସ୍ୟ ସୁଦାମ ଖମାରି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ କମିଟି ଗଠନରେ ସମସ୍ତ କେନ୍ଦ୍ର ସଭାପତି, ସମ୍ପାଦକ ଏବଂ ଜିଲ୍ଲା ସଭାପତି, ସମ୍ପାଦକ ଙ୍କ ଉପସ୍ଥିତିରେ ରାଜ୍ୟ କମିଟି ଗଠନ କରିବା ପାଇଁ ଉଚିତ ବୋଲି ବୈଠକ ରେ ସ୍ଥିର କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031