Indus Valley Times

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶ

 Breaking News

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶ

December 02
12:09 2020

ଜଗତସିଂହପୁର,୨/୧୨ : ଆୟ ବର୍ହିଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଜଗତସିଂହପୁର ଜିଲାପାଳଙ୍କ କାର‌୍ୟ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ସମେତ ୪ ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି। କଟକ ଓ ଜଗତସିଂହପୁର ଜିଲାର ବିଭିନ୍ନସ୍ଥନରେ ଭିଜିଲାନ୍ସ ଟିମ୍ର ପ୍ରାୟ ୩୦ ଜଣ ସଦସ୍ୟ ଚଢଉ ଜାରି ରଖିଛନ୍ତି। ସଞ୍ଜୁକ୍ତାଙ୍କ ଗାଁ ସାତପୁରା, ପାଣିଶାଳିଆ ଓ କଟକ ମହାନଦୀବିହାରରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରିରଖିଛି।

ଏ ପର‌୍ୟ୍ୟନ୍ତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଜମି ପଟ୍ଟା, ୩୦ରୁ ଅଧିକ ବ୍ୟାଙ୍କ ପାସବୁକ ଓ ୧୦ରୁ ଅଧିକ ଏଟିଏମ କାର୍ଡ ଜବତ ହୋଇଛି । ଏହା ସହିତ ବ୍ୟାଙ୍କରେ ଏକ ଲକର ରହିଥିବା ବେଳେ ଏହା ଖୋଲାଯିବା ପରେ ଟଙ୍କା ଓ ସୁନା ଅଳଙ୍କାର ବାବଦରେ ଜଣାପଡିବ ବୋଲି କହିଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031