Indus Valley Times

ଭିସୁଟର ଇତିହାସରେ ୨ୟ ଘଟଣା, ଆସୋସିଏଟ ପ୍ରଫେସର ଡକ୍ଟର ଶିବପ୍ରସାଦ ପାଣିଗ୍ରାହୀଙ୍କୁ ବାଧ୍ୟତାମୂଳକ ଅବସର

 Breaking News

ଭିସୁଟର ଇତିହାସରେ ୨ୟ ଘଟଣା, ଆସୋସିଏଟ ପ୍ରଫେସର ଡକ୍ଟର ଶିବପ୍ରସାଦ ପାଣିଗ୍ରାହୀଙ୍କୁ ବାଧ୍ୟତାମୂଳକ ଅବସର

ଭିସୁଟର ଇତିହାସରେ ୨ୟ ଘଟଣା, ଆସୋସିଏଟ ପ୍ରଫେସର ଡକ୍ଟର ଶିବପ୍ରସାଦ ପାଣିଗ୍ରାହୀଙ୍କୁ ବାଧ୍ୟତାମୂଳକ ଅବସର
February 29
11:30 2024

ବୁର୍ଲା, ୨୯/୨ : ବିଶୃଙ୍ଖଳିତ ଆଚରଣ ପାଇଁ ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ଭିସୁଟ କର୍ତ୍ତୃପକ୍ଷ ।
ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟ ବୈଠକ ପରେ ଏହି ପଦକ୍ଷପ ଗ୍ରହଣ କରାଯାଇଛି।
ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିନ୍ଦନୀୟ ଆଚରଣ କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ବି ହୋଇଥିଲା।
ଏପରି ଅଶୋଭନୀୟ ଆଚରଣ ପାଇଁ ପୂର୍ବରୁ ବି ତାଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବନ କରା ଯାଇଥିଲା । ଏପରି ବ୍ୟବହାର ନିମନ୍ତେ ସେ ପୂର୍ବରୁ ଯେଉଁ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିଲେ ସେଠାରୁ ମଧ୍ୟ ସେ ବହିଷ୍କୃତ ହୋଇଥିଲେ।
ଭିସୁଟରେ ଚାକିରି ଆବେଦନ ସମୟରେ ତାଙ୍କ ନାଁରେ ଥିବା ଏପରି ସାଂଘାତିକ ଅଭିଯୋଗକୁ ସେ ଲୁଚାଇଥିଲେ ବୋଲି ଭି ସୁଟ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସମ୍ପୃକ୍ତ ସହକାରୀ ଅଧ୍ୟାପକଙ୍କ ମତାମତ ମିଳି ପାରିନି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031