Indus Valley Times

ଭୁବନେଶ୍ୱର କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

 Breaking News

ଭୁବନେଶ୍ୱର କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

April 16
11:29 2022

ଭୁବନେଶ୍ୱର,୧୬/୪: ଗତକାଲି ରାତିରେ ଭୁବନେଶ୍ୱର କେଶରୀ ମଲରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୭ ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ଖବର ପାଇ ନବନିର୍ବାଚିତ ମେୟର ଘଟଣାସ୍ଥଳ ପରିଦର୍ଶନ କରିବାକୁ ଯାଇଥିବା ବେଳେ ତାଙ୍କ ସମ୍ମୁଖରେ ଅସନ୍ତୋଷ ଝାଡ଼ିଲେ ବ୍ୟବସାୟୀ । ବିଏମସି ଟଙ୍କା ଗଣି ନେଉଥିବା ବେଳେ ରକ୍ଷଣାବେକ୍ଷଣ ଠିକ୍ ଭାବେ କରୁ ନ ଥିବା ଅଭିଯୋଗ ଆଣିଲେ ବ୍ୟବସାୟୀ।
ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ମେଣ୍ଟେନାନ୍ସ ନାଁରେ ବିଏମସି ଟଙ୍କା ନେଉଛି । ଫାୟାର ସେଫ୍ଟି ପାଇଁ ଏକ୍ସଟିଙ୍ଗୁଇସର ଲଗାଯାଇଥିବା ବେଳେ ତା’ର ରକ୍ଷଣାବେକ୍ଷଣ ହେଉନି ।
ମାସିକ ଦେୟ ଦେବାରେ ଦିନେ ବିଳମ୍ବ ହେଲେ ଦୋକାନରୁ ଲାଇନ୍ କାଟି ଦେଉଥିବା ବେଳେ କାମ କିଛି କରାଯାଉ ନାହିଁ ବୋଲି ମେୟରଙ୍କୁ ରୋକଠୋକ୍ କହିଛନ୍ତି ବ୍ୟବସାୟୀ ।
ଏନେଇ କହିଛନ୍ତି, ଏହା ଏକ ଦୁଃଖଦାୟକ ଘଟଣା । କ’ଣ ପାଇଁ ଏପରି ହେଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।
ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, କେଶରୀ ମଲରେ କିଛି ସୁବିଧା ନାହିଁ। ମେଣ୍ଟେନାନ୍ସ ଟଙ୍କା ଦେବା ଗୋଟିଏ ଦିନ ବିଳମ୍ବ ହେଲେ ତା’ ପରଦିନ ଲାଇନ୍ କାଟି ଦେଉଛନ୍ତି।
ଏକ୍ସଟିଙ୍ଗୁଇସରକୁ କେବଳ ଟଙ୍ଗା ଯାଇଛି, ତା’ ଭିତରେ କିଛି ଗ୍ୟାସ ନାହିଁ। କେବେ ବି ମକ୍ ଡ୍ରିଲ କରି ନିଆଁ ଲିଭାଇବାକୁ ପ୍ରଶିକ୍ଷଣ ଦେଇ ନାହାନ୍ତି।
ଗତ ରାତିରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟ କେଶରୀ ମଲ୍ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ।
ତେବେ ନିଆଁ ଆୟତ୍ତ ପୂର୍ବରୁ ସୋ’ରୁମ୍ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ କେମିତି ଲାଗିଲା, ତା’ର କାରଣ ଏକ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ ଖୋଜିବ । ତେବେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031