Indus Valley Times

ଭୋପାଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ କନ୍ଧମାଳର କମାଲ : ସମସ୍ତଙ୍କୁ ପଛରେ ପକାଇ କନ୍ଧମାଳ ଟିମ୍ ନଂ ଓ୍ବାନ୍

 Breaking News

ଭୋପାଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ କନ୍ଧମାଳର କମାଲ : ସମସ୍ତଙ୍କୁ ପଛରେ ପକାଇ କନ୍ଧମାଳ ଟିମ୍ ନଂ ଓ୍ବାନ୍

ଭୋପାଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ କନ୍ଧମାଳର କମାଲ : ସମସ୍ତଙ୍କୁ ପଛରେ ପକାଇ କନ୍ଧମାଳ ଟିମ୍ ନଂ ଓ୍ବାନ୍
December 23
19:34 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୩/୧୨: ଭୋପାଳରେ କନ୍ଧମାଳର ଆଦିବାସୀ ଯୁବକ ଯୁବତୀଙ୍କ କାମାଲ୍ । ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କଲା କନ୍ଧମାଳ ଟିମ୍ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ଭୋପାଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୭ଟି ରାଜ୍ୟ (ତେଲେଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା) ରୁ ସମୁଦାୟ ୧୨ଟି ଟିମ୍ ସାମିଲ୍ ହୋଇଥିବା ବେଳେ ଓଡ଼ିଶାର ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରୁ ତିନୋଟି ଟିମ୍ ଭୋପାଳ ଗସ୍ତ କରିଥିଲେ ।
ସେଠାରେ ପାରମ୍ପରିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିବା ସହ ପ୍ରଥମ ସ୍ଥାନ ଅଧିକାର କରି ଦଶ ହଜାର ଟଙ୍କା ଅର୍ଥରାଶି ହାସଲ କରିଛି କନ୍ଧମାଳ ଟିମ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ଅଞ୍ଚଳରୁ ୨୦ ଜଣ ଆଦିବାସୀ ଯୁବକ,ଯୁବତୀ ଭୋପାଳ ଅଭିମୁଖେ ବାହାରିଥିଲେ ।
ସେଠାରେ ଏଠାକାର ଆଦିବାସୀ ସଂସ୍କୃତି ଓ ପରମ୍ପରା ଭିତ୍ତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ଏହି ଟିମ୍ କନ୍ଧମାଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବାରୁ ଜିଲ୍ଲାବାସୀ ବେସ୍ ଉତ୍ସାହିତ ଅଛନ୍ତି। ଏହି ସଫଳତା ପାଇଁ ସିଆରପିଏଫ୍ ଓ ନେହେରୁ ଯୁବ କେନ୍ଦ୍ରକୁ ସମସ୍ତ ଶ୍ରେୟ ଦେଇଛନ୍ତି ଟିମ୍ ର ସମସ୍ତ ସଦସ୍ୟ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031