Indus Valley Times

ଭୟରେ ଗାଡି ଛାଡି ପଳାଇଲା ଡ୍ରାଇଭର, ଶାଗୁଆନ ପଟା ସହ ପିକ ଅପ୍ ଗାଡ଼ି ଜବତ କଲା ବନ ବିଭାଗ

 Breaking News

ଭୟରେ ଗାଡି ଛାଡି ପଳାଇଲା ଡ୍ରାଇଭର, ଶାଗୁଆନ ପଟା ସହ ପିକ ଅପ୍ ଗାଡ଼ି ଜବତ କଲା ବନ ବିଭାଗ

October 14
21:09 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୪/୧୦: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ସଂପଡ଼ା ଗ୍ରାମ ନିକଟରୁ ବନବିଭାଗ ଦ୍ୱାରା ମୂଲ୍ୟବାନ ଶାଗୁଆନ ପଟା ସହ ପିିକ ଅପ୍ ଗାଡ଼ି ଜବତ କରାଯାଇଛି।ସୂଚନା ଅନୁଯାୟୀ ଗତକାଲି ରାତ୍ର ୮ ଟା ସମୟରେ ୬୦ ଖଣ୍ଡ ପଟା ବୋଝେଇ ହୋଇଥିବା ପିକ ଅପ୍ ଗାଡ଼ି ନଂ ( ଓଡ଼ି ୩୨ ଏ ୦୬୬୭) ରେ ନୟାଗଡ ଅଭିମୁଖେ ଯାଉଥିବା ବେଳେ ସଂପଡ଼ା ଗ୍ରାମ ନିକଟ ରାସ୍ତା ରେ ଗାଡ଼ି ର ଚକ ଦବି ଯିବାରୁ ଗାଡ଼ି ଡ୍ରାଇଭର ଭୟରେ ଗାଡି ଛାଡ଼ି ଚାଲି ଯାଇଥିଲା।ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଓ ମହିତମା ଫରେଷ୍ଟର ରାକେଶ ସାହୁ ଙ୍କ ସହିତ ନୂଆଗାଁ ପୁଲିସ୍ ଉପସ୍ଥିତିରେ ମହିତମା ବିଟ କୁ ଶାଗୁଆନ ପଟା ବୋଝେଇ ଗାଡ଼ି ଅଣାଯାଇଥିଲା। ଏ ନେଇ ବନବିଭାଗ ତରଫରୁ ଏକ ମାମଲା ରୁଜୁ କରାଯିବା ସହ ଜବତ ହୋଇଥିବା ୬୦ ଖଣ୍ଡ ଶାଗୁଆନ ପଟା ର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031