Indus Valley Times

ମନ କିଣିନେଲା ଦ୍ରୈାପଦୀଙ୍କ ଭୀମ ଭୋଇଙ୍କ କାଳଜୟୀ କବିତାଶଂ ଆବୃତି

 Breaking News

ମନ କିଣିନେଲା ଦ୍ରୈାପଦୀଙ୍କ ଭୀମ ଭୋଇଙ୍କ କାଳଜୟୀ କବିତାଶଂ ଆବୃତି

July 25
20:04 2022

ଭୁବନେଶ୍ୱର, ତା ୨୫/୭: ପାର୍ଲାମେଂଟ୍‌ର ସେଂଟ୍ରାଲ୍ ହଲ୍ ପୂରା ଭରପୂର । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ । ଆରମ୍ଭ ହେଲା ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ପରେ ନିଜର ପ୍ରଥମ ଅଭିଭାଷଣ ରଖୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଅଭିଭାଷଣର ଶେଷ ପାଦରେ ସେ ସନ୍ଥ କବି ଭୀମ ଭୋଇଙ୍କର କାଳଜାଇ କବିତାଶଂ ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’ଆବୃତି କରିଥିଲେ । ଶ୍ରୀମତି ମୁର୍ମୁଙ୍କର ଏହି କବିତା ବୃତ୍ତି ଉପସ୍ଥିତ ଅତିଥିମାନଙ୍କର ହୃଦୟକୁ ଛୁଇଁ ଯାଇଥିଲା । ଟେଲିଭିଜନ୍‌ରେ ଏହି ଦୃଶ୍ୟକୁ ଦେଖୁଥିବା କୋଟିକୋଟି ଦର୍ଶକ ବିମୋହିତ ହୋଇଯାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031