Indus Valley Times

ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ସମସ୍ତେ ଚୁପ !

 Breaking News

ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ସମସ୍ତେ ଚୁପ !

ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ସମସ୍ତେ ଚୁପ !
September 12
18:53 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୨/୯: ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଗତ ୯ ତାରିଖ ଦିନ ସୀମା-ବିବାଦ ଓ ଆନ୍ଧ୍ର ମନ୍ତ୍ରୀଙ୍କ ଅନୁପ୍ରବେଶ, ଅଙ୍ଗନବାଡି କେନ୍ଦ୍ର ଖୋଲିବା , ପିଲାଙ୍କୁ ପଢ଼ାଇବା ଓ ଅଣ୍ଡା ବାଣ୍ଟିବା , ଦାଦାଗିରି ଓ ଗଜପତି ଏଡିଏମଙ୍କୁ ଅପ ଓ ଦୁର୍ବ୍ୟବହାର କରିବା , ଗିରଫ କରାଯିବାର ଭୟ ଦେଖାଇବା , ଆଇ-କାର୍ଡ ମାଗିବା ଓ ସମ୍ପର୍ଣ୍ଣ ଅସହାୟ କରି ପକାଇବା ଭଳି ବିଭିନ୍ନ ପ୍ରକାରର ସୀମାଲଙ୍ଘି କାର‌୍ୟ୍ୟକରି ସମସ୍ତଙ୍କୁ ଅଣନିଶ୍ଵାସୀ , ଅଧୈର‌୍ୟ୍ୟ ଓ ଧରାଶାୟୀ କରି ପକାଇଥବା ଭଳି ସ୍ପର୍ଶକାତର ଓ ଉତ୍ତେଜନା ପୂର୍ଣ୍ଣ ଘଟଣା ଜିଲ୍ଲାରେ ଘଟି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ଗଜପତି ଜିଲ୍ଲାପାଳ କି ଆରଡିସି କି ମୁଖ୍ୟ ଶାସନ ସଚିବ କି ରାଜ୍ୟ ସରକାରଙ୍କ କୋଣସି ପ୍ରତିକ୍ରିୟା ନାହିଁ। । ବର୍ଷ ବର୍ଷ ଧରି ସେହି ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳରେ ସୀମା-ବିବାଦ ନେଇ ତିକ୍ତତା ଓ ଉତ୍ତେଜନା ଲାଗି ରହିଥିବା ବେଳେ ଗତ ୯ ତାରିଖ ଦିନ ଜିଲ୍ଳାର ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରିର ଅସଲ ରୂପର ଜୀବନ୍ତ ତିକ୍ତତା ଦେଖିବାକୁ ମିଳିଥିଲା । ଏତେ ବଡ଼ ଘଟଣା-ପ୍ରସଙ୍ଗ , ଅଥଚ ଏ ପ୍ରସଙ୍ଗ ଉପରେ ବର୍ତ୍ତମାନ ସୁଦ୍ଧା ସମସ୍ତେ ସମ୍ପୂର୍ଣ୍ଣ ଭାବେ ଅବଗତ ଥାଇମଧ୍ୟ କୋଣସି ପଦକ୍ଷେପ ନେବା କି ପ୍ରତିକ୍ରିୟା ନ ରଖିବା ଅତ୍ୟନ୍ତ ଦୁଖଦାୟକ , ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।
ବର୍ଷ ବର୍ଷ ଧରି ଅସୁରକ୍ଷିତ ହୋଇ ରହିଥିବା ସୀମା ଓ ଅଞ୍ଚଳବାସୀଙ୍କୁ ଯଦି କୋଣସି ସୁରକ୍ଷା ଦିଆ ଯାଇପାରୁନି ତାହାହେଲେ ସେ ଅଞ୍ଚଳରେ ସବୁ ବିକାଶ କରିଦେବା ଭଳି ଚିନ୍ତା ଆଲୋଚନା କରିବା କେତେଦୂର ଯୁକ୍ତିଯୁକ୍ତ ଏହା ବିଚାରଯୋଗ୍ୟ , ଆଙ୍ଗୁଳି ନିର୍ଦ୍ଦେଶ ଓ ପ୍ରଶ୍ନବାଚୀ ସୃଷ୍ଟି ।
ପଡୋଶୀ ଆନ୍ଧ୍ରର ପଲାସା ବିଧାୟକ ତଥା ପଶୁସମ୍ପଦ ମନ୍ତ୍ରୀ ଡି:ଆପାଲା ରାଜୁ ନିଜର ରାଜନୈତିକ ସ୍ୱାର୍ଥ-ସାଧନ ପାଇଁ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମରେ ଯେଭଳି ଅନାଧିକାର ପ୍ରବେଶ କରି ବେଆଇନ ଅଙ୍ଗନବାଡି ଖୋଲିବା , ପିଲାଙ୍କୁ ପାଠ ପଢ଼ାଇ ଅଣ୍ଡା ଦେବା , ବେଆଇନ ସଭା କରି ଲୋକଙ୍କୁ ନିଜ ଅକ୍ତିଆରରେ ଆଣିବା ପାଇଁ ପ୍ରଲୋଭନ ଦେଖାଇବା , ଗଜପତି ଏଡିଏମଙ୍କୁ ଦୁର୍ବ୍ୟବହାର କରି ଧମକ ଦେବା , ଆରେଷ୍ଟ କରିଦେବି ଓ ଆଇ-କାର୍ଡ ମାଗିବା , ଏଇଟା ମୋ ସୀମା ଏରିଆ ପ୍ରଭୃତି କହି ଦାଦାଗିରି ଦେଖାଇବା ଜଣେ ମନ୍ତ୍ରୀଙ୍କ ଏଭଳି ଘୁନ୍ୟ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ।
ଘଟଣା ଧଟିଥିଲା ଚଳିତ ମାସର ୯ ତାରିଖ ଦିନ , ତେବେ ଘଟଣା ଘଟିବାର ୭/୮ ଦିନ ପୂର୍ବରୁ ଆନ୍ଧ୍ର ପକ୍ଷରୁ ବେଆଇନ ଭାବେ ମାଣିକପାଟଣା ଗ୍ରାମକୁ ଆସି ସେଠାରେ ଗଜପତି ଜିଲ୍ଲା ପ୍ରଶାସନର ଅଙ୍ଗନବାଡି କେନ୍ଦ୍ର ଥିବା ସତ୍ତ୍ୱେ ତାଙ୍କ ପକ୍ଷରୁ ଅନ୍ୟ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲି କାର‌୍ୟ୍ୟକ୍ଷମ କରିଥିଲେ । ଏହା ଜାଣିବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସେହି କେନ୍ଦ୍ରକୁ ରାୟଗଡ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୭ ତାରିଖ ଦିନ ତାଲାଭାଙ୍ଗି ବନ୍ଦ କରା ଯାଇଥିଲା ।
ଏଥିରେ କ୍ଷୁବଦ୍ଧ ହୋଇ ଆନ୍ଧ୍ରର ସମ୍ପୃକ୍ତ ମନ୍ତ୍ରୀ ନିଜର ପୋଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମୀଙ୍କୁ ନେଇ ସେହି ଗ୍ରାମରେ ଧସେଇ ପଶି ଜୋର-ଜୁଳୁମ , କୁକାର‌୍ୟ୍ୟ ଓ ଦୁର୍ବ୍ୟବହାର ଧମକ ଓ ଦାଦାଗିରି ପ୍ରଭୃତି ଘୁନ୍ୟ କାର‌୍ୟ୍ୟ ସବୁ କରିବସକୁ ପଛାଇଲେ ନାହିଁ ।
ଅତୀତରେ ଏହି ଗଙ୍ଗାବାଡ଼ ପଞ୍ଚାୟତ ସମେତ ଜିଲ୍ଲାର ବିଭିନ୍ନ ପାଣି-ପବନ, ନଦୀ-ନାଳ, ଜଙ୍ଗଲ , ପାହାଡ଼ , ଜମି , ରାସ୍ତା ପ୍ରଭୃତି ବେଆଇନ ଲୁଟ ଓ ଅପହରଣ କରିଆସୁଛି ।
ତେବେ ଗଙ୍ଗାବାଡ଼ ହେଉ କି ମାଣିକପାଟଣା ଗ୍ରାମକୁ ହେଉ, ଏଠାକୁ ଜିବାପାଇଁ ହେଲେ ଆନ୍ଧ୍ରଦେଇ ଦୀର୍ଘ କିମି: ଦୂରତା ରାସ୍ତା ଅତିକ୍ରମ କରିଯିବାକୁ ପଡିଥାଏ ,ଏବଂ ଏଥିସହିତ ବଜାର-ହାଟ , ମୋବାଇଲ , ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଭୃତି କ୍ଷେତ୍ରରେ ଆନ୍ଧ୍ର ଉପରେ ହିଁ ବାଧ୍ୟତା ଭାବେ ନିର୍ଭର କରିବାକୁ ପଡିଥାଏ , ଯାହାର କି ଏଭଳି ସମସ୍ୟାର ସୁଯୋଗ ନେଉଛି ଆନ୍ଧ୍ର ।
ପ୍ରଥମେ ଅଙ୍ଗନବାଡି କେନ୍ଦ୍ର ଖୋଲି କାର‌୍ୟ୍ୟକ୍ଷମ ଓ ପରେ ଅଞ୍ଚଳ ଅକ୍ତିଆର ଏହା ପଡୋଶୀ ଆନ୍ଧ୍ରର ଚିରାଚରିତ ଅଭ୍ୟାସରେ ପରିଣତ ହୋଇ ଗଲାଣି। ।
ଗତକାଲି ଗଜପତି ଜିଲ୍ଲା ଗ୍ରସ୍ତରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଶୁରେଶ କୁମାର ମହାପାତ୍ର ଆସିଥିଲେ । ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରିଥିଲେ । ହେଲେ ଆନ୍ଧ୍ର ସୀମାନ୍ତରେ ଥିବା ଜିଲ୍ଲାର ମାଣିକପାଟଣା ଗ୍ରାମଠାରେ ଆନ୍ଧ୍ର ମନ୍ତ୍ରୀ ଓ ପ୍ରଶାସନ ଅଧିକାରୀଙ୍କ ପକ୍ଷରୁ ଯେଭଳି କୁକାର‌୍ୟ୍ୟ ଓ ଦୁର୍ବ୍ୟବହାର , ଦାଦାଗିରି ଓ ଧମକ ପ୍ରଭୃତି ଘଟଣା ଘଟିଗଲା ସେଥିନେଇ କୋଣସି ପ୍ରତିକ୍ରିୟା ରଖିଲେ ନାହିଁ ।ଏମିତିକି ରାୟଗଡ ବ୍ଲକ ଯାଇ କଇଁପୁର ଠାରୁ ମାଣିକପାଟଣା ମାତ୍ର ୧୦/୧୨ କିମି: ଦୂରତା ରାସ୍ତା ହୋଇଥିଲେ ମଧ୍ୟ କୋଣସି ପ୍ରତିକ୍ରିୟା ନାହିଁ । କେବଳ ଅଞ୍ଚଳ ବୁଲିବା ଓ ଅନୁଧ୍ୟାନ କରି ବିକାଶ କରିଦେବା ଭଳି ଦ୍ୱାହିଦେଇ ଚାଲିଯିବା , ଏହା ଚିରାଚରିତ ପ୍ରଥା ହୋଇଗଲାଣି ସିନା ଅସୁରକ୍ଷିତ ସୀମାକୁ ଓ ସେଠାକାର ଅଞ୍ଚଳବାସୀଙ୍କୁ ସ୍ଥାୟୀ ସୁରକ୍ଷା ଯୋଗାଇ ଦେବାଭଳି ପଦକ୍ଷେପ ଆଜିପର‌୍ୟ୍ୟନ୍ତ କିଛିନାହିଁ।
ସୀମାନ୍ତରେ ରହିଥିବା ଏହି ମାଣିକପାଟଣା ଗ୍ରାମକୁ ସବୁ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ସହ ଅତି ଆବଶ୍ୟକ ପଡୁଥିବା ମୌଳିକ ସୁବିଧା ଓ ବ୍ୟବସ୍ଥା ଯଥା: ଗମନାଗମନ ପାଇଁ ଓଡିଶା ଦେଇ ସିଧାସଳଖ ପିଚୁ ରାସ୍ତା , ସମ୍ପୃକ୍ତ ଗଙ୍ଗାବାଡ଼ ପଞ୍ଚାୟତ ସଦର ମହକୁମାର ସର୍ବାଙ୍ଗୀନ ବିକାଶ ସହ ସେଠାରେ ପୋଲିସ(ଏସାଇ)ପଦବୀ ଥାନା , ଓଏସଏପି: କେମ୍ପ , ଆରଆଇ କାର‌୍ୟ୍ୟାଳୟ , ସ୍ୱାସ୍ଥ୍ୟକେନ୍ଦ୍ର , ମୋବାଇଲ ଟାୱାର ଏବଂ ଝିଅଙ୍କ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପ୍ରଭୃତି ନିହାତି ଆବଶ୍ୟକ ଓ ଜରୁରୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031