Indus Valley Times

ମୁଖ୍ୟ ଶାସନ ସଚିବ ଭର୍ଚୁଆଲ ମାଧ୍ୟମରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାସଙ୍କ ଅଭିଯୋଗ ଶୁଣିଲେ

 Breaking News

ମୁଖ୍ୟ ଶାସନ ସଚିବ ଭର୍ଚୁଆଲ ମାଧ୍ୟମରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାସଙ୍କ ଅଭିଯୋଗ ଶୁଣିଲେ

ମୁଖ୍ୟ ଶାସନ ସଚିବ ଭର୍ଚୁଆଲ ମାଧ୍ୟମରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାସଙ୍କ ଅଭିଯୋଗ ଶୁଣିଲେ
November 25
18:10 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୫/୧୧ : ନୟାଗଡ ଜିଲ୍ଲାରେ ପ୍ରଶାସନ ସ୍ତରରେ ସ୍ୱଚ୍ଛତା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଶିକ୍ଷକ ସମେତ ସବୁ ବର୍ଗର କର୍ମଚାରୀଙ୍କୁ ତିନିବର୍ଷିଆ ବଦଳି ନିୟମ କାର୍ଯ୍ୟକାରୀ କରିବା ପାଇଁ ଆଇନଜୀବି ରଣଜିତ ଦାଶଙ୍କ ଦ୍ୱାରା ଆବେଦନ କରାଯାଇ ଥିବା ରିଟ ପିଟିସନକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆବେଦନକାରୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଅଭିଯୋଗ ଶୁଣାଣି କରିବା ନିର୍ଦ୍ଧେଶ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଭରଚୁଆଲ ମୋଡ଼ରେ ଶ୍ରୀ ରଣଜିତ ଦାଶଙ୍କ ଅଭିଯୋଗ ଶୁଣାଣି କରିଥିଲେ ।
ନୟାଗଡ ବ୍ଲକରେ ଆୟୋଜିତ ଏହି ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରେ ସହକାରୀ-କନିଷ୍ଠ ଯନ୍ତ୍ରୀ, ଜିପିଟିଏ, ଜିଆରଏସ, ପିଇଓ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ଦପ୍ତର, ଜିଲ୍ଲାର ସମସ୍ତ ତହସିଲ,ଜିଲ୍ଲାର ଶିକ୍ଷକ ମାନଙ୍କ ସ୍ତରରେ ଦୀର୍ଘ ବର୍ଷଧରି ବଦଳି ହୋଇପାରି ନାହିଁ ବୋଲି ସିଧା ଅଭିଯୋଗ କରିଥିଲେ ।
ଏହି ଅଭିଯୋଗ ମାନନୀୟ ମୁଖ୍ୟ ଶାସନ ସଚିବ ଶୁଣିବା ପରେ ଆଇନ ଅନୁମୋଦିତ ନିର୍ଦ୍ଧେଶ ପ୍ରଦାନ କରିବେ ବୋଲି ନିର୍ଦ୍ଧିଷ୍ଟ ଉତ୍ତର ରଖିଥିଲେ କ୍ଷ ପଞ୍ଚାୟତିରାଜ ବିଭାଗୀୟ ସଚିବ, ନିର୍ଦ୍ଧେଶକ ଏବଂ ନୟାଗଡ ଜିଲ୍ଲାପାଳ ଏହି ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ନୟାଗଡ ଜିଲ୍ଲାପାଳ ରାଜନୈତିକ ବ୍ୟକ୍ତିଙ୍କ ହାତଵାରେସୀ ସାଜି ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ବଦଳି ନିୟମ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଶ୍ରୀ ଦାଶ ମୁଖ୍ୟ ଶାସନସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031