Indus Valley Times

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ

 Breaking News

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ
August 17
19:44 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଶନିବାର ଅଚାନକ ଚଢ଼ାଉ କରି ୬ କ୍ୱିଣ୍ଟାଲ ସରକାରୀ କଣ୍ଟ୍ରୋଲ ଚାଉଳ ଦେଖିବାକୁ ପାଇଥିଲେ ।
ଉକ୍ତ ଚାଉଳ ବିଷୟରେ ସୂର୍ଯ୍ୟ ପ୍ରସାଦ ପଣ୍ଡା ଅଧିକାରୀ ମାନଙ୍କୁ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ଏଣୁ ବାଧ୍ୟ ହୋଇ ଯୋଗାଣ ଅଧିକାରୀ ମାନେ ଉକ୍ତ ୬ କ୍ୱିଣ୍ଟାଲ ଚାଉଳକୁ ଜବତ କରି ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି ।
ଏ ନେଇ ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ନାମରେ ଏତଲା ଦାଏର କରାଯାଇ ଅଧିକ ଅନୁସନ୍ଧାନ ଜାରୀ ରହିଥିବା ବିଷୟ ଜବତ କରିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30