Indus Valley Times

ରାଜଧାନୀରେ ୫୦ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି

 Breaking News

ରାଜଧାନୀରେ ୫୦ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି

October 30
19:00 2020

ଭୁବନେଶ୍ୱର,୩୦/୧୦: ରାଜଧାନୀ ଭୁବନେଶ୍ୱରରେ କରାଯାଇଥିବା ତୃତୀୟ ପର‌୍ୟ୍ୟାୟ ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱରସ୍ଥିତ ଆଂଚଳିକ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆରଏମ୍ଆର୍ସି)ର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱରରେ ଏଯାଏଁ ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଶ୍ରୀମତୀ ପତି କହିଛନ୍ତି ଯେ, ସର୍ଭେ ଅନୁସାରେ ଭୁବନେଶ୍ୱର ୫୦ ପ୍ରତିଶତ ଲୋକଙ୍କୁ କରୋନା ଛୁଇଁଛି। କରୋନା ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି।
ଶ୍ରୀମତୀ ପତି ଆହୁରି କହିଛନ୍ତି, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଦେଶରେ ସେରୋ ସର୍ଭେ କରିଥିଲା। ରଥଯାତ୍ରା ସମୟରେ ଏହା ପୁରୀରୁ ଆରମ୍ଭ ହୋଇଥିଲା। ଜୁଲାଇ ୧୧ ତାରିଖରେ ଭୁବନେଶ୍ୱରରେ ପ୍ରଥମ ସେରୋ ସର୍ଭେ କରାଯାଇଥିଲା। ସେତେବେଳ ୧.୪୨ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିଲା। ତେଣୁ ଏଠାରେ ଅଧିକ ସଂଖ୍ୟାରେ ଲୋକେ ସଂକ୍ରମିତ ହେବାର ଆଶଙ୍କା ଥିଲା। ଅଗଷ୍ଟ ୨୮ରେ ଭୁବନେଶ୍ୱର ଦ୍ୱିତୀୟ ଥର ପାଇଁ ସେରୋ ସର୍ଭେ କରାଯାଇଥିଲା। ସେହି ସମୟରେ ୫.୧ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିଲା।
ଭୁବନେଶ୍ୱରରେ ଶେଷ ଥର ପାଇଁ ଗତ ୧୬ରୁ ୧୮ ତାରିଖ ମଧ୍ୟରେ ସେରୋ ସର୍ଭେ କରାଯାଇଥିଲା। ଏହା ଆରଏମ୍ଆର୍ସି, ବିଏମସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କରାଯାଇଥିଲା। ୨୫ଟି ଓ୍ଵାର୍ଡରୁ ୧୪୦୩ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା । ପ୍ରତି ଓ୍ଵାର୍ଡରେ ଏକ କ୍ଲଷ୍ଟର ଗଠନ କରାଯାଇଥିଲା । ଅତ୍ୟନ୍ତ ସାବଧାନତାର ସହ କରାଯାଇଥିବା ଏହି ସର୍ଭେ ଅନୁସାରେ ପାଖାପାଖି ୫୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଡାକ୍ତର ପତି ସୂଚନା ଦେଇଛନ୍ତି।
ଏଥିସହ ଡା. ପତି କହିଛନ୍ତି, ସହରର ୫୫ ନମ୍ବର ଓ୍ଵାର୍ଡରୁ ସର୍ବନିମ୍ନ ୨୮ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ବେଳେ ୧୬ ନମ୍ବର ଓ୍ଵାର୍ଡରେ ଏହା ୬୦ ପ୍ରତିଶତ ପର‌୍ୟ୍ୟନ୍ତ ପହଂଚିଛି। ସେହିଭଳି ୫ଟି ଓ୍ଵାର୍ଡରେ ଆଣ୍ଟିବଡି ବିକଶିତ ହୋଇଥିବା ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତରୁ ଅଧିକ ରହିଛି । ସେରୋ ସର୍ଭେ ସଂକ୍ରମଣର ଭବିଷ୍ୟତ ସଂପର୍କରେ ସୂଚନା ପ୍ରଦାନ କରିଥାଏ। କରୋନା ସଂକ୍ରମଣ ନିୟନ୍ତ୍ରଣରେ କୋଭିଡ ଯୋଦ୍ଧାମାନଙ୍କର ଅତୁଳନୀୟ ଭୂମିକା ରହିଛି। ତେଣୁ ସେମାନେ ଧନ୍ୟବାଦର ପାତ୍ର। କାରଣ କୋଭିଡ ଯୋଦ୍ଧାଙ୍କ ପାଇଁ ଏବେ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କର ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇପାରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031