Indus Valley Times

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଛି , ୧୮ ବର୍ଷରୁ କମ୍ ବର୍ଗର ୫୦୪ ଜଣ

 Breaking News

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଛି , ୧୮ ବର୍ଷରୁ କମ୍ ବର୍ଗର ୫୦୪ ଜଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଛି , ୧୮ ବର୍ଷରୁ କମ୍ ବର୍ଗର ୫୦୪ ଜଣ
January 31
09:57 2022

ଭୁବନେଶ୍ୱର, ୩୧/୧: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୦୪ ଜଣ ଅଛନ୍ତି। ସେହିପରି ୧୯୩୪ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୩୯୫ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୮୫, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୪୬, ଭଦ୍ରକରୁ ୫୭, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୪୯, କଟକରୁ ୨୯୩, ଦେବଗଡ଼ରୁ ୬୭, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୭୦, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୭୪, କଳାହାଣ୍ଡିରୁ ୧୦୭, କନ୍ଧମାଳରୁ ୪୩, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୨୧, କୋରାପୁଟରୁ ୫୯, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୨୯, ପୁରୀରୁ ୫୬, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୧୧୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୩୭ ଓ ଷ୍ଟେଟ୍ ପୁଲ୍ରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୯୩ ହଜାର ୩୬୫ ଜଣ ସୁସ୍ଥ ହୋଇସାରିଛନ୍ତି। ୪୭,୨୧୦ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୬୧୨କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031