Indus Valley Times

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

 Breaking News

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’
November 20
11:21 2022

ଭୁବନେଶ୍ବର, ୨୦/୧୧: ରବିବାର ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର‌୍ୟ୍ୟବସିତ ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସରକାର ଯେଭଳି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସେବା ଯୋଗାଇଲେ, ସେଭଳି କାମ କରିଚାଲିଲେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରାୟ ୧ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ସୋ’ ଦୁଇ ସପ୍ତାହ ହେଲା ହାଉସ୍ଫୁଲ୍ ରହିଛି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଏ ଚଳଚ୍ଚିତ୍ରର ବିଷୟବସ୍ତୁ। ଏବେ ଏହା ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।
ଅଭିନେତା ବାବୁସାନ୍ ମହାନ୍ତି ଓ ଅଭିନେତା ଦୀପନ୍ବିତ୍ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିନା ହିରୋଇନ୍, ଆଇଟମ୍ ଗୀତ, ଫାଇଟ୍ ନଥାଇ ମଧ୍ୟ ଚଳଚ୍ଚିତ୍ର ସଫଳତାର ଶୀର୍ଷରେ ପହଞ୍ଚି ପାରିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930