Indus Valley Times

ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା ପ୍ରଦାନ ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ସଂଘର ବିକ୍ଷୋଭ

 Breaking News

ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା ପ୍ରଦାନ ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ସଂଘର ବିକ୍ଷୋଭ

December 19
09:11 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୨: ଓଡିଶା ମିଳିତ ବିଦ୍ୟାଳୟ ପାଚକ- ସହାୟିକା ସଂଘ ପକ୍ଷରୁ ୧୦ ଦାଫା ଦାବି ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଦାବିପତ୍ରରେ ମଧ୍ୟାହ୍ନ ଭୋଜନ ପାଚିକା- ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ,ମାସକୁ ସର୍ବନିମ୍ନ ୨୬ ହଜାର ଟଙ୍କା ଦରମା ପ୍ରଦାନ,ବର୍ଷକୁ ୧୨ ମାସରେ ନିୟମିତ ଦରମା ପ୍ରଦାନ ସହିତ ବକେୟା ପାରିଶ୍ରମିକ ପ୍ରଦାନ,ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ,ପାଚିକା ସହାୟିକାମାନଙ୍କୁ ମଧ୍ୟାହ୍ନ ଭୋଜନ ରନ୍ଧନ ଏବଂ ବଣ୍ଟନ କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟ କରାଇବା ବନ୍ଦ କରିବା, ଅବସରକାଳୀନ ପେନସନ ପ୍ରଦାନ, ପିଏଫ ଓ ବୀମା ସୁବିଧା,ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଘରୋଇ ସଂସ୍ଥାକୁ ଦେବା ବନ୍ଦ କରାଯାଉ,ପାଚିକା- ସହାୟିକାମାନଙ୍କ ଉପରେ ଜୁଲୁମ ଓ ଆକ୍ରୋଶମୂଳକ ଛଟେଇ ବନ୍ଦ କରାଯାଉ, ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ ଯୋଗୁଁ ଛଟେଇ ହେଉଥିବା ପାଚିକା- ସହାୟିକାଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆଯିବା, ପ୍ରତି ୨୫ ଜଣ ଛାତ୍ରଛାତ୍ରୀରେ ଜଣେ ପାଚିକା ନିଯୁକ୍ତି କରାଯିବା, ବକେୟା ପ୍ରାପ୍ୟ ପ୍ରଦାନରେ ବାଦ ପଡିଥିôବା ପାଚିକା-ସହାୟିକାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସମସ୍ତ ବକେୟା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏଥିରେ ଜିଲ୍ଲାର ପାଚିକା- ସହାୟିକା ମାନେ ଯୋଗଦେଇଥିଲେ ।
ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ବାର୍ଷିକ ବୈଠକ
ବୌଦ୍ଧ,୧୯/୧୨: ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ବୌଦ୍ଧଜିଲ୍ଲା ଶାଖାର ବାର୍ଷିକ ବୈଠକ ଜିଲ୍ଲା ସଭାପତି ରାଜ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଘର ପୂର୍ବତନ ସଂପାଦକ ଅଭୟ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାର ତ୍ରିନାଥ ସେଠୀ, ସୁବର୍ଣ୍ଣପୁର ଜିଲ୍ଲାର ସଭାପତି ଜଗଦିଶ ପରୁଆ, ସଂପାଦକ ଜୟଦେବ ପାଟ୍ଟଶାଣୀ, ପୁରୀ ଜିଲ୍ଲାରୁ କାହ୍ନୁ ଚରଣ ଦାଶ ଓ ସୁବାଷ ଦାଶ ଯୋଗଦେଇଥିଲେ । ଜିଲ୍ଲା ସଂପାଦକ ସୁକାନ୍ତ ରାଜହଂସ ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ ।
ବୈଠକରେ ସାତଗୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସମସ୍ତ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଗ୍ରେଡ ପେ ୧୮ ହଜାର କରିବା ପାଇଁ ସଂଘ ମାଧ୍ୟମରେ ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତି ନିଆଗଲା ।
ପ୍ରତ୍ୟକ ବର୍ଷ ଡିସେମ୍ବର ମାସ ସୁଦ୍ଧା ଯୋଗ୍ୟତା ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ତୃତୀୟ ଶ୍ରେଣୀକୁ ପଦୋନ୍ନତି ପାଇଁ ସଂଘ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା, ଜିଲ୍ଲାର ଚିକିତ୍ସା ବିଭାଗରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତ୍ୟକ ୧୦ ରୁ୩୦ ବର୍ଷରେ ମଂଜୁର ହେଉଥିବା ଏମଏସିପି ଓ ଆରଏସିପି ପାଇନଥିବାରୁ ସଂଘର ଅବଗତ ହୋଇଥିଲା ।
ଏବଂ ମାସକୁ ପାଂଚ ଦିନ ଛୁଟି ପରିବର୍ତେ ସାତ ଦିନ ସରକାରୀ ଛୁଟି ପ୍ରଦାନ କରିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଯାଇଥିଲା, ଜିଲ୍ଲାର ସମସ୍ତ ବିଭାଗରେ ଖାଲିପଡିଥିବା ଚତୁର୍ଥ ଶ୍ରେଣୀ ସରକାରୀ ପଦବି ଗୁଡିକୁ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇବା ପଇଁ ନିଷ୍ପତି ନିଆଗଲା ଆଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈଠକରେ ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ଓ ଜିଲ୍ଲା ଅନେକ ଗୁଡିଏ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅବସର ଗ୍ରହଣ କରିଥିବା ଏବଂ ଚତୁର୍ଥ ଶ୍ରେଣୀରୁ ତୃତୀୟ ଶ୍ରେଣୀକୁ ପଦୋନ୍ନିତି ପାଇଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମିଲ ଥିଲେ ।
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ବୌଦ୍ଧ, ୧୯/୧୨: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ମଡେଲ ଡିଗ୍ରୀ କଲେଜ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କାଦେଇ ଫେରାର ହୋଇ ଯାଇଛି। ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ନୟାଗଡ଼ ଜିଲ୍ଲାର ବୋଲି ଅନୁମାନ କରାଯାଉଛି।
ସ୍ଥାନୀୟ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ବୌଦ୍ଧ ପୁଲିସ ଆସି ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା। ସୂଚନା ଅନୁସାରେ ରବିବାର ଅପରାହ୍ନରେ ମୃତକ ବାଇକ(ଓଡ଼ି-୨୫-ସି-୭୦୬୯)ରେ ବୌଦ୍ଧ ପଟକୁ ଆସୁଥିଲେ। ସମ୍ମୁଖରୁ ଆସୁଥିବା ଗାଡ଼ିଟି ଧକ୍କା ଦେଇ ପୁରୁଣାକଟକ ପଟକୁ ଫେରାର ହୋଇ ଯାଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଏକ ପିକ୍ଅପ୍ ଭ୍ୟାନ ବୋଲି ପଥଚାରୀଙ୍କଠାରୁ ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031