Indus Valley Times

ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବ-ବର୍ଷାଙ୍କୁ ତାଗିଦ୍ କଲେ ଓଡ଼ିଶା ହାଇକୋର୍ଟ

 Breaking News

ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବ-ବର୍ଷାଙ୍କୁ ତାଗିଦ୍ କଲେ ଓଡ଼ିଶା ହାଇକୋର୍ଟ

May 27
20:13 2022

କଟକ, ୨୭/୫: ଚୁପ୍ ରୁହ। ସୋଶାଲ ମିଡିଆରେ ଏମିତି ମନ୍ତ୍ରବ୍ୟ ଦିଅନି। ଶୁକ୍ରବାର ଅନୁଭବଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବର୍ଷା-ଅନୁଭବ ପାରିବାରିକ କଳି ହାଇକୋର୍ଟରେ ପହଞ୍ଚିବା ପରେ ପୁଣି ଭିନ୍ନ ମୋଡ଼ ନେଇଛି। କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ସୋଶାଲ ମିଡିଆରେ ବାରମ୍ବାର ଅରୁଚିକର ମନ୍ତ୍ରବ୍ୟ ଅନୁଭବ ଦେଉଥିବା ନେଇ ଭିଡିଓ କରୁଥିବା ନେଇ ହାଇକୋର୍ଟ ଯାଇଥିଲେ ବର୍ଷା।
ସୂଚନା ଥାଉକି, ବର୍ଷାଙ୍କ ବିରୋଧରେ ଲଗାଦାର ଗୋଟିଏ ପରେ ଗୋଟିଏ ୩ଟି ଭିଡ଼ିଓ ଅନୁଭବ ସୋଶାଲ ମିଡ଼ିଆ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।
ତେଣେ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ନାମରେ ଥିବା ଫ୍ୟାନ୍ କ୍ଲବ ଆକାଉଣ୍ଟରେ ଏହି ଘଟଣାର ବାଦ ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଦେଖାଦେଇଥିଲା।
ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଦୁହିଁଙ୍କ ପାରିବାରିକ ବିଚ୍ଛେଦ ମାମଲା ମଧ୍ୟ କୋର୍ଟରେ ଚାଲୁଛି। ମାମଲାର ସମାଧାନ ହୋଇ ନ ଥିବା ବେଳେ ଫିଲ୍ମ ଦୁନିଆର ଏହି ଚର୍ଚ୍ଚିତ ଜୋଡ଼ିଙ୍କ ପାରିବାରିକ କଳି ବଢ଼ି ଚାଲିଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆଗକୁ ପରିସ୍ଥିତି କ’ଣ ହେଉଛି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031