Indus Valley Times

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

 Breaking News

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

December 27
12:16 2022

ଭୁବନେଶ୍ବର,୨୭/୧୨: ହକି ବିଶ୍ବକପ୍-୨୦୨୩ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଭାରତୀୟ ପୁରୁଷ ହକି ଦଳ ‘ହକି ବିଶ୍ୱକପ୍’ ପାଇଁ ଆଜି ଓଡ଼ିଶାରେ ପହଂଚିଛି। ଭାରତୀୟ ହକି ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଲା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା।
ଭୁବନେଶ୍ଵର ବିମାନବନ୍ଦରରେ ଖେଳାଳିମାନେ ପହଂଚିଲା ପରେ ସେଠାରୁ ସିଧାସଳଖ ହୋଟେଲକୁ ଯାଇଥିଲେ। ସେଠାରେ ବିଶ୍ରାମ ନେବା ପରେ ପୁଣି ଖେଳାଳିମାନେ ରାଉରକେଲା ଅଭିମୁଖେ ବାହାରିଯିବେ। ଅପରାହ୍ଣ ୪ଟା ୧୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ଭାରତୀୟ ଦଳ ସେଇଠୁ ରାଉରକେଲା ଯିବେ। ଆଉ ସେହିଠାରୁ ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିବେ।
ସୂଚନାଯୋଗ୍ୟ, ହକି ବିଶ୍ବକପ୍-୨୦୨୩ର ସମସ୍ତ ମ୍ୟାଚ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବ। ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍ରେ ୨ ଜଣ ଖେଳାଳି (ଅମିତ ରୋହିଦାସ ଓ ନିଲମ ଖେସ୍ ) ଅଛନ୍ତି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031