Indus Valley Times

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ଥାୟୀ ହେବେ ୬ଶହ ଡାଟା ଏଣ୍ଟ୍ରି ଅପରେଟର

 Breaking News

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ଥାୟୀ ହେବେ ୬ଶହ ଡାଟା ଏଣ୍ଟ୍ରି ଅପରେଟର

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସ୍ଥାୟୀ ହେବେ ୬ଶହ ଡାଟା ଏଣ୍ଟ୍ରି ଅପରେଟର
April 12
19:12 2023

କଟକ,୧୨/୪: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ବିଭିନ୍ନ ତହସିଲରେ କାର‌୍ୟ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର‌୍ୟ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୩ ମସିହା ନଭେମ୍ୱର ୧୭ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିଠାରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସ୍ଥାୟୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ଚ୍ୟାଲେଞ୍ଜ କରି ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନ ଖାରଜ ହୋଇଯାଇଛି।
ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଲେ ଡିଭିଜନ ବେଞ୍ଚ।
ସୂଚନାରୁ ପ୍ରକାଶ, ବିଭିନ୍ନ ତହସିଲରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆଜି ପର‌୍ୟ୍ୟନ୍ତ ସ୍ଥାୟୀ ନିଯୁକ୍ତି ଦେଉନଥିଲେ ସରକାର। ଏହାକୁ ନେଇ ଡାଟା ଏଣ୍ଟ୍ରି ଅପରେଟରଙ୍କ ମଧ୍ୟରେ ଅସନ୍ତୋଷ ପାକାଶ ପାଇଥିଲା। ରାଜ୍ୟ ସରକାରଙ୍କଠାରୁ ନିରାଶ ଡାଟା ଏଣ୍ଟ୍ରି ଅପରେଟରମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବହୁ ସଂଘର୍ଷ ପରେ ତାଙ୍କୁ ଆଜି ମିଳିଛି ନ୍ୟାୟ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031