Indus Valley Times

୩୨୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ବନ୍ଧା ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ

 Breaking News

୩୨୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ବନ୍ଧା ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ

୩୨୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ବନ୍ଧା ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ
September 03
09:16 2021

ଝାରସୁଗୁଡ଼ା, ୩/୯ : ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ବନ୍ଧା ହେଲେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ସରବାହାଲଠାରୁ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କଲା ସମ୍ବଲପୁର ସିଟି ପୁଲିସ୍ ଓ GTSଏନ୍ଫୋର୍ସମେଣ୍ଟ ଟିମ୍। ଗିରଫ ଚାର୍ଟାଡ ଆକାଉଣ୍ଟାଣ୍ଟଜଣକ ହେଲେ ଅମିତ ଅଗ୍ରୱାଲ ।
ଅମିତ ଅଗ୍ରୱାଲ ଝାରସୁଗୁଡ଼ାର ଜଣେ ଜଣାଶୁଣା ଚାର୍ଟାଡ ଆକାଉଣ୍ଟାଣ୍ଟ । ସେ ଫେକ୍ ବିଲ୍ କରି ପ୍ରାୟ ୩୧୯ କୋଟି ୬୫ଲକ୍ଷ ଟଙ୍କାର ଜିଏସଟି ଠକିଥିବା ଅଭିଯୋଗ ହୋଇଥିଲା।
ଏନେଇ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡାର GTS ଦଳ ଅମିତଙ୍କ ସରବାହାଲସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।
୩୧୯ କୋଟି ୬୫ଲକ୍ଷ ଟଙ୍କା GTS ଫାଙ୍କିଥିବା ଅମିତ ଅଗ୍ରୱାଲଙ୍କ ଶୁଣାଣି ଝାରସୁଗୁଡ଼ା ଏସଡିଜେଏମ୍ ହୋଇଥିଲା। ତାଙ୍କୁ ୧୫ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପବ୍ଲିକ ପ୍ରସିକ୍ୟୁଟର ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031