Indus Valley Times

୭ ମାସର ବକେୟା ଟଙ୍କା ଦେବା ଦାବିକରି କୋଭିଡ ଗାଡି ମାଲିକ ଓ ଡ୍ରାଇଭର ମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

 Breaking News

୭ ମାସର ବକେୟା ଟଙ୍କା ଦେବା ଦାବିକରି କୋଭିଡ ଗାଡି ମାଲିକ ଓ ଡ୍ରାଇଭର ମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

December 02
21:29 2021

ଗଣେଶ ରାଜୁଙ୍କ ରିପୋର୍ଟ
ଗଜପତି,୨/୧୨:ଦୀର୍ଘ ୭ ମାସର ଲକ୍ଷାଧିକ ଟଙ୍କା ଲେଖାଏଁ ବକେୟା ଟଙ୍କା ତୁରନ୍ତ ଦେବାକୁ ଦାବିକରି ଆଜି , କୋଭିଡ ସମୟରେ ଲାଗିଥିବା ପ୍ରାଇଭେଟ ଆମ୍ବୁଲାନସ ଗାଡିର ମାଲିକ ଓ ଡ୍ରାଇଭର ମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପରେ ସେମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେଥିରେ ସେମାନେ ମାନ୍ୟବର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , ୫-ଟି ସଚିବ ଏବଂ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଏହାର ନକଲ ଦିଆ ଯାଇଥିବା ଦର୍ଶାଯାଇଛି ।
ଏହି ଅବସରରେ ଆମ୍ବୁଲାନସ ଧରି ମାଲିକ ମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସେମାନଙ୍କ ପକ୍ଷରୁ ଦିପୁ ଦେବ ପଟନାୟକ କହିଛନ୍ତି ଯେ , କୋଭିଡ ମହାମାରୀ ସମୟରେ ଆମର ଯେଉଁ ଗାଡି ଲାଗିଥିଲା , ତାହା ଆମ୍ବୁଲାନସ ଭାବେ ବ୍ୟବହାର କରା ଯାଉଥିଲା । ସେଥିପାଇଁ ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିଛି ଏବଂ ଦ୍ଵିତୀୟ ପର୍ଯ୍ୟାୟର ଅଧା ଟଙ୍କା ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ କିଛି ମିଳିନି । ଏମିତି କି , କାହାର ଲକ୍ଷେ ତ କାହାର ଦେଢ଼ ଲକ୍ଷ ତ କାହାର ଦୁଇ ଲକ୍ଷ ଟଙ୍କା । ଆମର ସବୁ ଭାଇ ଫାଇନାନ୍ସରେ ଗାଡି ଆଣି ଚଳାଇ ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ।
କିନ୍ତୁ ବକେୟା ଟଙ୍କା ମାଗିଗଲେ ମଧ୍ୟ ମିଳୁନି । ଆରଟିଓ , ଜିଲ୍ଲାପାଳ , ଜରୁରୀକାଳୀନ ଯାହା ପାଖକୁ ଗଲେ ମଧ୍ୟ କେବଳ ହଇରାଣ କରି ଏଭଳି ଦୀର୍ଘ ୭ ମାସ ହେଲାଣି ବୁଲାଉଛନ୍ତି । ହେଲେ ବକେୟା ପ୍ରାପ୍ୟ ଟଙ୍କା ମିଳୁନି ।
କୋଭିଡ ମହାମାରୀ ସମୟରେ ଦିନରାତିକୁ ଏକ କରି ପ୍ରଶାସନ କହିବା ପ୍ରକାରେ ଆମେ ଆମ୍ବୁଲାନସ ଭାବେ ଗାଡି ଦେଲୁ ଓ ସେଥିରେ ଡ୍ରାଇଭର ମାନେ ଅକ୍ଲାନ୍ତ ପରିଶ୍ରମ କରି ଖଟି ଡ୍ୟୁଟି କଲେ । ସେଥିପାଇଁ ସରକାର ଆମକୁ ଧନ୍ୟବାଦ ଦେବା କଥା । ତାହା ନ ଦେଇ ଦୀର୍ଘ ୭ ମାସ ହେଲା ଆମକୁ ଆମର ପ୍ରାପ୍ୟ ବକେୟା ଟଙ୍କା ନ ଦେଇ ଅଯଥା ହଇରାଣ କରି ବୁଲାଉଛନ୍ତି । ଟଙ୍କା ନ ଦେଲେ ଆମେ ଓ ଆମ ପରିବାର ଚାଲିବୁ କେମିତି । ଆଣିଥିବା ଗାଡିର ଫାଇନାନ୍ସ ସୁଝିବୁ କିଭଳି । ଏହା ସରକାର କି ଜିଲ୍ଲା ପ୍ରଶାସନ ଟିକିଏ ଚିନ୍ତା କରି ଭାବିବା କଥା ।
କୋଭିଡ ମହାମାରୀ ସମୟରେ ଆମେ ନିଜ ପ୍ରତି ଖାତିର ନକରି ପ୍ରଶାସନକୁ ଏତେ ସାହାଯ୍ୟ କଲୁ କିନ୍ତୁ ତାର ଫଳ ମିଳୁଛି ଏଭଳି , ଆମକୁ ଆମ ବକେୟା ପ୍ରାପ୍ୟ ଟଙ୍କା ଦେବା ପାଇଁ ନାହିଁ ନ ଥିବା ଶୋଷଣ କରାଯାଉଛି । ତେଣୁ ଆମ ଟଙ୍କା ଆମେ ମାଗିବା ପାଇଁ ଆସିଛୁ ଏହି ରାଲି ଓ ବିକ୍ଷୋଭ ମାଧ୍ୟମରେ ବୋଲି କହିଥିଲେ ।
ଏ ସମ୍ପର୍କରେ ଉପଜିଲ୍ଲାପାଳଶ୍ରୀ ଦିଲୀପ କୁମାର ମହାରଣା , ବିକ୍ଷୋଭ କାରୀଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରି କହିଛନ୍ତି ଯେ , ଆମର ଏଲୋଟମେଣ୍ଟ ଟଙ୍କା ନ ଥିଲା , ତେଣୁ ବକେୟା ଟଙ୍କା ଉଚିତ ସମୟରେ ଦିଆ ହୋଇପାରିନି ।
ତେଣୁ ଯଥାଶୀଘ ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ ସମସ୍ତ ବକେୟା ପ୍ରାପ୍ୟ ଟଙ୍କା ଦିଆଯିବ ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031