Indus Valley Times

୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, ରାଜରାସ୍ତା ଅବରୋଧ କରି ହରତାଳ

 Breaking News

୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, ରାଜରାସ୍ତା ଅବରୋଧ କରି ହରତାଳ

୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, ରାଜରାସ୍ତା ଅବରୋଧ କରି ହରତାଳ
March 21
11:04 2023

ବାରିପଦା,୨୧/୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ କୁଡୁମୀସେନା ପକ୍ଷରୁ ୬ ଘଣ୍ଟିଆ ହରତାଳ କରାଯାଉଛି।
ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ କୁଡୁମୀସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଛି। କୁଡୁମୀସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରି ଜାତୀୟ ରାଜପଥ ଅବରୋଧ କରିଥିବା ପରିଲକ୍ଷିତ ହେଉଛି। ଏହି ବନ୍ଦର ପ୍ରଭାବରେ ଜାତୀୟ ରାଜପଥରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି।
କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବାକୁ କହିଛନ୍ତି ଆନ୍ଦୋଳନକାରୀ।
ସୂଚନାଯୋଗ୍ୟ, କୁଡୁମୀସେନାର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନୀ ମହାନ୍ତଙ୍କ ସଭାପତିତ୍ବରେ ରାଇରଙ୍ଗପୁର ସ୍ଥିତ କୁଚେଇବୁଢ଼ୀ ଠାରେ ଅନୁଷ୍ଠିତ କାର‌୍ୟ୍ୟକାରିଣୀ ବୈଠକରେ ମାର୍ଚ୍ଚ ୨୧ ତାରିଖରେ ୬ ଘଣ୍ଟିଆ ହରତାଳ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ଏଥିରେ ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ସାଇରାମ ମହାନ୍ତ, ରାଇରଙ୍ଗପୁର ସଭାପତି ଭଜହରି ମହାନ୍ତ, ଛାତ୍ରନେତା ବରୁଣ ମହାନ୍ତ, ଆଦିତ୍ୟ ମହାନ୍ତ, ମନୋଜ ମହାନ୍ତ, ତନ୍ମୟ ମହାନ୍ତ, ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ, ପ୍ରେମଲତା ମହାନ୍ତ, ଦୀପିକା ମହାନ୍ତ, ଉର୍ମିଳା ମହାନ୍ତ, ସଂଯୁକ୍ତା ମହାନ୍ତ, ଅଷ୍ଟମୀ ମହାନ୍ତ, ଅନିତା ମହାନ୍ତ, ରଞ୍ଜନା ମହାନ୍ତ, ପାର୍ବତୀ ମହାନ୍ତ, ଅବନ୍ତି ମହାନ୍ତ, ପୁଷ୍ପାଞ୍ଜଳୀ ମହାନ୍ତଙ୍କ ସମେତ ଶତାଧିକ କୁଡୁମୀ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଖୁବ ବର୍ଷି ଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031