Indus Valley Times

ବିଡ଼ିଓଙ୍କ ଅଣଦେଖା, ମନମୁଖୀ କାର୍ଯ୍ୟ ପ୍ରତିବାଦରେ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ନିର୍ବାଚିତ ଜନପ୍ରତିନିଧି

 Breaking News

ବିଡ଼ିଓଙ୍କ ଅଣଦେଖା, ମନମୁଖୀ କାର୍ଯ୍ୟ ପ୍ରତିବାଦରେ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ନିର୍ବାଚିତ ଜନପ୍ରତିନିଧି

ବିଡ଼ିଓଙ୍କ ଅଣଦେଖା, ମନମୁଖୀ କାର୍ଯ୍ୟ ପ୍ରତିବାଦରେ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ନିର୍ବାଚିତ ଜନପ୍ରତିନିଧି
January 16
18:35 2024

ନବରଙ୍ଗପୁର, ୧୬/୧ : କର୍ମଚାରୀଙ୍କୁ ବାହାର କରି ବ୍ଲକ ଅଫିସ୍ରେ ତାଲା ପକାଇଲେ ଜନପ୍ରତିନିଧି। ବିଡିଓଙ୍କ ବଦଳି ନହେଲା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଜନପ୍ରତିଧିମାନେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡା ବ୍ଲକ ଅଫିସ୍ରେ ଦେଖିବାକୁ ମିଳିଛି।
ନନ୍ଦାହାଣ୍ଡି ବ୍ଲକ୍ର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଜନ ପ୍ରତିନିଧିଙ୍କୁ ସରକାରୀ ଯୋଜନା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ଲୋକ ଦେଖାଣିଆ ଭାବେ ବୈଠକ ପୂର୍ବଦିନ ରାତିରେ ହ୍ୱାଟ୍ସଆପ୍ ଗ୍ରୁପ୍ ମେସେଜ କରୁଛନ୍ତି।
ଅନେକ ସଦସ୍ୟଙ୍କ ପାଖରେ ମୋବାଇଲ ନଥିବାରୁ ସେମାନେ ବୈଠକ ସମ୍ପର୍କରେ ଜାଣିପାରୁନାହାନ୍ତି। ଯେଉଁଥିପାଇଁ ସେମାନେ ବୈଠକରେ ଯୋଦେଇପାରୁ ନାହାନ୍ତି। ଏପରି କାର୍ଯ୍ୟ ନକରିବା ପାଇଁ ବିଡିଓଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ ଜନପ୍ରତିନିଧି। ହେଲେ ବିଡିଓ ଏଥିପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି। ଏହାଛଡ଼ା ବିଭିନ୍ନ ଯୋଜନାରେ ବିଡିଓ ଅର୍ଥ ହେରଫେର୍ କରୁଥିବା ଅଭିଯୋଗ ହୋଇଛି।
ବିଡିଓଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନପ୍ରତିଧି। ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକେଇ ଦେଇଛନ୍ତି। ତାଲା ପକାଇବା ପୂର୍ବରୁ ଜନ ପ୍ରତିନିଧିମାନେ ବ୍ଲକ ଅଫିସ୍ରେ କାର୍ଯ୍ୟାଳୟରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ବାହାର କରିଦେଇଥିଲେ। ତା’ପରେ ମୁଖ୍ୟ ଫାଟକରେ ତାଲା ପକାଇଥିଲେ।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗେଟରୁ ତାଲା ଖୋଲିବ ନାହିଁ ବୋଲି ଜନପ୍ରତିନିଧିମାନେ ରୋକ୍ଠୋକ ଶୁଣାଇ ଦେଇଛନ୍ତି। ଏପରିକି ଜନ ପ୍ରତିନିଧିମାନେ ଅଫିସ୍ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ସହିତ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ସାମିଲ୍ ହୋଇଛନ୍ତି।
ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ। ସେ କହିଛନ୍ତି, କୌଣସି ଭୁଲ ହୋଇନାହିଁ। ଜନପ୍ରତିନିଧିଙ୍କ ଅଭିଯୋଗର ସତ୍ୟତା ନାହିଁ। ସ୍ଥାନୀୟ ପିଇଓଙ୍କ ମାଧ୍ୟମରେ ଜନପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରାଯାଉଥିବା ବିଡ଼ିଓ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031