Indus Valley Times

ଗଜପତି: ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 06
18:11 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୭ : ଅକାଂକ୍ଷୀ ଜିଲ୍ଲା ଭାବେ ପରିଚିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମୂର୍ଣ୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଜିଲ୍ଲାସ୍ତରୀୟ ଭାବେ ପାଳିତ ହୋଇଯାଇଛି। ।
ଏହି ଅବସରରେ ସକାଳ ୫-୩୦ ମିନିଟ ସମୟରେ ବିଭିନ୍ନ ସ୍କୁଲ – କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବିରାଟ ପ୍ରଭାତ ଫେରି ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ହୋଇ ମଶାଲ ଜ୍ୟୋତି ବାହାରି ସେଠାରୁ ପୂର୍ବାହ୍ନ ୧୦ ଠାରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସଭାସ୍ଥଳ ଠାରେ ପହଞ୍ଚି ଥିଲା । ସେଠାରେ ମଶାଲ ଜ୍ୟୋତିକୁ ଜିଲ୍ଲାପାଳଙ୍କ ସମେତ ପାରଳାଖେମୁଣ୍ଡି ଓ ମୋହନା ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତି ପ୍ରମୁଖ ମଶାଲ ଜ୍ୟୋତି କୁ ସ୍ଵାଗତ କରିବା ସହ ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ କାର୍ଯ୍ୟକ୍ରମକୁ ରିବନ କାଟି ଶୁଭାରମ୍ଭ କରିଥିଲେ ।
ସେଠାରେ ନବ ଉତ୍କଳର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ସେଠାରେ ପ୍ରଦର୍ଶନ କରାଯାଇଥିବା ଶିକ୍ଷା , ସ୍ୱାସ୍ଥ୍ୟ , ଆଇସିଡିଏସ , କୃଷି ,ଏସଏସଜି ପ୍ରଭୃତି ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ ।
ପରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର‌୍ୟ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେସ ପାଣିଗ୍ରାହି , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଜିଲ୍ଲା ପରିଷଦର ସିଡିଓ: ଡ଼ଃ ଗୁଣନିଧି ନାୟକ , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଡ଼ଃ ଦିଲୀପ କୁମାର ବେହେରା ଏବଂ କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ପ୍ରତିନିଧି ନୀତି ପ୍ରକାଶ ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାର ଶିକ୍ଷା , ସ୍ୱାସ୍ଥ୍ୟ , ପୋଷଣ , ଭିତ୍ତିଭୂମି ବିକାଶ , ସାମାଜିକ ଓ ଅର୍ଥନୈତିକ ଭଳି ୬ ଟି ମାନଦଣ୍ଡ ଆସନ୍ତା ୩ ମାସ ମଧ୍ୟରେ କିଭଳି ସଫଳ ରୂପାୟନ କରା ଯାଇପାରିବ , ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
କାର‌୍ୟ୍ୟକ୍ରମ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ନେଇ କାର‌୍ୟ୍ୟକ୍ରମର ଆଭିମୁଖ୍ୟ ପାଳନ ଓ ସହଯୋଗ ଉପରେ ଶପଥ ପାଠ କରାଇଥିଲେ ।
ଏଠି ସମେତ ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା ସହ ଏସଏସଜି ମହିଳା ଗ୍ରୁପ କୁ ଆବର୍ତ୍ତନ ପାଣ୍ଠି ବଣ୍ଟନ ଏବଂ କେନ୍ଦ୍ର ସରକାରଙ୍କ ଏହି ସଂପୃକ୍ତ ୬ଟି ଲୋକାଭିମୁଖୀ ଯୋଜନା ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ ଏବଂ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ସହକାରୀ ପ୍ରାଣୀ ଚିକିତ୍ସକ ଡ଼ାଃ ଲିମା ମହାନ୍ତି ସଂଯୋଜନା ଓ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930