Indus Valley Times

ଚନ୍ଦ୍ରପୁରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

 Breaking News

ଚନ୍ଦ୍ରପୁରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

September 18
19:26 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୧୮/୯: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦମହକୁମାରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି ।
ମୁନିଗୁଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ କୋଇନ କିମ୍ବାକା , ସମ୍ମାନୀତ ଅତିଥି ଭାବେ ଶିଶୁ ବିକାଶ ବିଭାଗ ଅଧିକାରୀ ଗୀତାରାଣୀ ସାହୁ , ଜୀବିକା ମିଶନର ଶ୍ରବଣ କୁମାର ସିଂ, ବି ପି ସି ଗୋଜେନ୍ଦ୍ର ନିଶୀକା, କଂପ୍ୟୁଟର ପ୍ରୋଗ୍ରାମର ଗୋପିନାଥ ମୋହନକୁଡ,ଚନ୍ଦ୍ରପୁର ସରପଞ୍ଚ ରଞ୍ଜିତା ବ୍ରେକବେଡ଼ା, ସାର୍କିମା ସରପଞ୍ଚ ଫକିର ମୋହନ ଗୁମିଟାଙ୍ଗା, ବୁଡୁବାଲି ସରପଞ୍ଚ ଭୀମ ଗୋଜରେଙ୍ଗା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୟୁଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ପରେ ଡ଼ାଙ୍ଗସରଡ଼ା, ରାଇବିଯି ଓ ଚନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ବିଭିନ୍ନ ପାରମ୍ପାରିକ ନୃତ୍ୟ ପରିବେଷଣ କରିଥଲେ । ପରେ ପ୍ରଧାନମନ୍ତ୍ରୀ ଲାଇଭ ଭିଡିଓ ମାଧ୍ୟମରେ ଶୁଭାରମ୍ଭ କରିବା ସହ ମହିଳା ମାନଙ୍କୁ ସମ୍ଭଦିତ କରିଥିଲେ ।
ସୁଭଦ୍ରା ଯୋଜନାର ଆଭିମୁଖ୍ୟ ସହ ଏହି ଟଙ୍କା ସିଧା ସୋଳକ ମହିଳା ମାନଙ୍କ ଜମାଖାତାରେ ଜମା ହେବ ପ୍ରଥମ କିସ୍ତିର ସୁଭଦ୍ରା ଯୋଜନା ଅର୍ଥ ଯେଉଁମାନଙ୍କୁ ଏକ ଟଙ୍କା ଜମାଖାତାରେ ଯାଇଛି ସେମାନଙ୍କ ଜମାଖାତାରେ ପ୍ରଥମ କିସ୍ତି ଜମାହେବ ।
ପରେ ଇନ୍ଦିରା ଆବାସ ଗୃହନିର୍ମାଣ ଶେଷ କରିଥିବା ଲୋକଙ୍କୁ ଚାବିକାଠି ଓ ନୂତନ ଘରନିର୍ମାଣ କରିବା ପାଈ ପ୍ରଥମ କିସ୍ତି ୪୦୦୦୦ହଜାର ଟଙ୍କାର ଚେକ୍ ଦେଇଥିବା ଜଣା ପଡ଼ିଛି ।
ଏହି ମିଳିତ ସଞ୍ଜଜନାରେ ମଞ୍ଚପରିଚାଳନା କରିଥିଲେ ଓଏ ମର ଶ୍ରବଣ କୁମାର ସିଂ ଏହାକୁ ସହୋଜାଗ କରିଥିଲେ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ଯନ୍ତ୍ରୀ ଦୁଷ୍ମନ୍ତ କିର୍ଶାନୀ, ସାମାଜିକ ସୁରକ୍ଷା ଅଧିକାରୀ ରହିତ କୁମାର ପଣ୍ଡା, ଯନ୍ତ୍ରୀ ଦେବାଶିଷ ଗୌଡ଼, ଅରୁଣ ସାହୁ, ହେଡକ୍ଲରକ ଦିଲୀପ କୁମାର ବିରଦଳେଇ, ଜୁନିଅର କ୍ଲୋର୍କ ବିକାଶ ନାୟକ, ଦିଲନ କୁମାର ଗୌଡ଼, ଉଗ୍ରସେନ ପାତ୍ର,ବୈକୁଣ୍ଠ ତିମକା,ତପନ ଦଣ୍ଡସେନା,ଜାନୀ ମାଧବ ରାଓ, ଫିରୋଜ ସୂର୍ଯ୍ୟ,ମହେଶ୍ବର ପରିଛା,ପ୍ରଭାକର ଦଳାଇ,ଏହି ସୁଭଦ୍ରା ଯୋଜୋନା ରେ ପ୍ରାୟ ତିନି ହଜାର ମହିଳା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଙ୍କ ଲାଇଭ ଭିଡିଓ ଦେଖୁଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930