Indus Valley Times

ଲୋକଙ୍କ ନିକଟତର ହେବାକୁ ମୋହନ ସରକାରଙ୍କ ଆଉ ଏକ ପଦକ୍ଷେପ, ଜିଲ୍ଲା ଗସ୍ତରେ ଶୁଣିବେ ଅଭିଯୋଗ

 Breaking News

ଲୋକଙ୍କ ନିକଟତର ହେବାକୁ ମୋହନ ସରକାରଙ୍କ ଆଉ ଏକ ପଦକ୍ଷେପ, ଜିଲ୍ଲା ଗସ୍ତରେ ଶୁଣିବେ ଅଭିଯୋଗ

ଲୋକଙ୍କ ନିକଟତର ହେବାକୁ ମୋହନ ସରକାରଙ୍କ ଆଉ ଏକ ପଦକ୍ଷେପ, ଜିଲ୍ଲା ଗସ୍ତରେ ଶୁଣିବେ ଅଭିଯୋଗ
September 23
19:41 2024

ଭୁବନେଶ୍ୱର,୨୩/୯ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି।
ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ ବାସଗୃହ ପାଖ ଭିଆଇଆଇଆଇଏମ ଆର ନମ୍ବର-୪ ଠାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି।
ଜଣେ ପରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଯୋଗ କହିଛନ୍ତି। ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ କରିଥିବା ୧୦୦୦ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ।
ଏସବୁ ଭିତରେ ସୋମବାର ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଜିଲାସ୍ତରରେ ଖୋଲାଯିବ।ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930