Indus Valley Times

ରାୟଗଡ଼ା ରେଳ ଡିଭିଜନ ଦ୍ୱାର ଦକ୍ଷିଣ ଓଡ଼ିଶାର ହେବ ବିକାଶ: ପ୍ରଧାନମନ୍ତ୍ରୀ

 Breaking News

ରାୟଗଡ଼ା ରେଳ ଡିଭିଜନ ଦ୍ୱାର ଦକ୍ଷିଣ ଓଡ଼ିଶାର ହେବ ବିକାଶ: ପ୍ରଧାନମନ୍ତ୍ରୀ

January 06
19:29 2025

ରାୟଗଡ଼ା, ୬/୧ : ବହୁ ପ୍ରତୀକ୍ଷିତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରେଳ ମଣ୍ଡଳ ଭବନର ଶିଳାନ୍ୟାସ କରିଛନ୍ତି।
ଏଥିସହ ନୂଆ ଜାମ୍ମୁ ରେଲୱେ ଡିଭିଜନ ଓ ତେଲେଙ୍ଗାନାର ଚାର୍ଲପାଲି ଟର୍ମିନାଲ ଷ୍ଟେସନ ଭଳି ଏକାଧିକ ରେଲୱେ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ମୋଦି।
ଏହି ଅବସରରେ ମୋଦି କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଦୀର୍ଘ କିଲୋମିଟର ବ୍ୟାପୀ ସମୁଦ୍ର କୂଳ ବି ରହିଛି।
ଓଡ଼ିଶାରେ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରବଳ ସମ୍ଭାବନା ରହିଛି। ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ଉପରେ କାମ ଚାଲିଛି। ଏଥିରେ ୭୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ରାଜ୍ୟରେ ୭ଟି ଗତିଶକ୍ତି କାର୍ଗୋ ଟର୍ମିନାଲର ଆରମ୍ଭ କରାଯାଇଛି।
ଯାହା ବ୍ୟାପାର ଏବଂ ଉଦ୍ୟୋଗକୁ ଭରପୁର ସହାୟତା କରୁଛି। ଆଜି ରାୟଗଡ଼ା ରେଳ ଡିଭିଜନର ଶିଳାନ୍ୟାସ ଫଳରେ ଓଡ଼ିଶାରେ ଭିତ୍ତିଭୂମି ଆହୁରି ମଜବୁତ ହେବ।
ଓଡ଼ିଶାରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ରୋଜଗାରର ସମ୍ଭାବନା ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଥିବା ଜନଜାତିଙ୍କୁ ଏହାର ଫାଇଦା ମିଳିବ ବୋଲି ମୋଦି କହିଛନ୍ତି।
ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ଡକ୍ଟର କେ.ହରି ବାବୁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ। ତେବେ ଗତ ୧୦ ବର୍ଷ ଭିତରେ ରେଲୱେରେ ବିକାଶ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ ବେଳକୁ ଦେଶରେ କେବଳ ୩୫% ବିଦ୍ୟୁତୀକରଣ ହୋଇଥିଲା।
ବର୍ତ୍ତମାନ ଆମ ଦେଶରେ ୧୦୦% ବିଦ୍ୟୁତୀକରଣ ସମ୍ଭବ ହୋଇଛି ବୋଲି ମୋଦି କହିଛନ୍ତି। ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ୍ ନିର୍ମାଣ ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930