Indus Valley Times

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉତ୍କଳ ଦିବସ ପାଳନ, ଓଡ଼ିଶାର ଘରେ ଘରେ ଓଡ଼ିଆ ଭାଷା ଅସୁରକ୍ଷିତ

 Breaking News

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉତ୍କଳ ଦିବସ ପାଳନ, ଓଡ଼ିଶାର ଘରେ ଘରେ ଓଡ଼ିଆ ଭାଷା ଅସୁରକ୍ଷିତ

April 02
18:43 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨/୪ : ବରିଷ୍ଠ ନାଗରିକ ମଂଚ ଖୋର୍ଦ୍ଧା ପକ୍ଷରୁ ସ୍ଥାନୀୟ ବ୍ୟାଙ୍କ ଛକ ଠାରେ ଉତ୍କଳ ଦିବସ ପାଳନ କରାଯାଇଥିଲା । ଓଡ଼ିଶା ପ୍ରଦେଶ ଗଠନରେ ତ୍ୟାଗ ସ୍ୱୀକାର କରିଥିବା ସମସ୍ତ ବରପୁତ୍ର ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଓ ରାଜ୍ୟ ସଙ୍ଗୀତ ରୂପେ ଓଡ଼ିଶା ସରକାରଙ୍କ ଦ୍ୱାରା ଗୃହୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।
ସଂଘର ସଦସ୍ୟମାନେ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ବ୍ୟବହାର କରିବା ବାର୍ତ୍ତା ନେଇ ବ୍ୟାନର୍ ଏବଂ ବୋଉ, ମାଆ ବାପା, ମାମୁଁ ମାଇଁ, ମଉସା-ମାଉସୀ, ପିଇସା-ପିଇସୀ, ଜନ୍ମଦିନ, ନିର୍ବନ୍ଧ, ବିବାହ ଓ ବ୍ରତଘର ଶବ୍ଦକୁ ବ୍ୟବହାର କରିବା ନେଇ ପ୍ଲାକ୍ କାର୍ଡ଼ ସହ ପଦଯାତ୍ରା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଖିଳ ଚନ୍ଦ୍ର ପ୍ରଧାନ, ବିଧାନ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପଟ୍ଟନାୟକ, ବୈକୁଣ୍ଠନାଥ ରାଜଗୁରୁ, ଭୀମସେନ ପ୍ରଧାନ, ପ୍ରଫୁଲ୍ଳ ସାମନ୍ତରାୟ, ଦେବପ୍ରସାଦ ମଜମୁଦାର, ଦୁର୍ଗାପ୍ରସାଦ ମିଶ୍ର, କୃଷ୍ଣ ହରିଚନ୍ଦନ, ମାୟାଧର ପ୍ରଧାନ, ବିପିନି ବିହାରୀ ମିଶ୍ର, ବିପ୍ରଚରଣ ବେହୁରା, ପ୍ରଫୁଲ୍ଲ କୁମାର ସାହୁ, ରବୀନ୍ଦ୍ରନାଥ ମିଶ୍ର, ମଧୁସୂଦନ ମହାପାତ୍ର, ବିରଂଚି ନାରାୟଣ ପ୍ରଧାନ, ହରମୋହନ ମହାପାତ୍ର, ଶୁଭେନ୍ଦୁ ମିଶ୍ର, ଶ୍ରୀମନ୍ତ ବେହେରା, ନାରଦ ଚନ୍ଦ୍ର ଦାଶ, ନବ କିଶୋର ମହାପାତ୍ର, ନବୀନ ସାମନ୍ତସିଂହାର, ଅଞ୍ଜନ କୁମାର ରାୟ, ପୂର୍ଣ୍ଣଚନ୍ଦ୍ର ବରାଳ, ଭାଗବତ ସାହୁ, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର ଦାସ, ରବୀନ୍ଦ୍ର କୁମାର ସାହୁ, ସତ୍ୟବ୍ରତ ଦାସ, ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମଂଚର ସମ୍ପାଦକ ରାମଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031