Indus Valley Times

ରଥଯାତ୍ରା ଡ୍ୟୁଟି ସାରି ଫେରୁଥିଲେ ଯବାନ, ଅଧାବାଟରେ ରାସ୍ତାରୁ ଖସିଲା ବସ୍‌

 Breaking News

ରଥଯାତ୍ରା ଡ୍ୟୁଟି ସାରି ଫେରୁଥିଲେ ଯବାନ, ଅଧାବାଟରେ ରାସ୍ତାରୁ ଖସିଲା ବସ୍‌

July 10
11:23 2025

ଗଜପତି, ୧୦/୭ : ଗଜପତି ଜିଲ୍ଲା ଅଡ଼ବା ଥାନା ଗାଙ୍ଗୁଡ଼ି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବସ୍ । ଉକ୍ତ ବସ୍ ରେ ୨୦ରୁ ଅଧିକ ଯବାନ ଥିଲେ । ଅଳ୍ପକେ ବର୍ତ୍ତିଲା ଯବାନଙ୍କ ଜୀବନ ।
ସୂଚନା ଅନୁସାରେ, ପୁରୀରେ ରଥଯାତ୍ରା ପାଇଁ ଡ୍ୟୁଟି କରି ୨୦ରୁ ଅଧିକ ଯବାନ ଏକ ବସ୍ ଯୋଗେ କୋରାପୁଟ ଫେରୁଥିଲେ । ଅଡ଼ବା ଥାନା ଗାଙ୍ଗୁଡ଼ି ନିକଟରେ କୌଣସି କାରଣରୁ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଯବାନମାନଙ୍କୁ ଉଦ୍ଧାର କରିଥିଲେ ।
୨୨ ଜଣ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବଡ଼ ଅଘଟଣରୁ ଯବାନମାନେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ଏନେଇ ଅଡବା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିବା ସହିତ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031