Indus Valley Times

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

 Breaking News

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

August 08
13:28 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୮/୮ : ନୟାଗଡ ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶରେ ସଚିବ , ଅଞ୍ଜଳି ମଛ ଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସିନ୍ଦୁରିଆ ପଞ୍ଚାୟତ ର ପଞ୍ଚାୟତ ସଭା ଗୃହ ଠାରେ ପଞ୍ଚାୟତର ବିଭିନ୍ନ ଗ୍ରାମ ରୁ ଶତାଧିକ ଗ୍ରାମ ବାସୀ ମାନଙ୍କୁ ନେଇ ଓଡ଼ିଆ ସରକାର ଏବଂ କେନ୍ଦ୍ର ସରକାରଙ୍କ ଲୋକ ମାନଙ୍କ ପାଇଁ କଣ ସବୁ ଯୋଜନା ଅଛି ଏବଂ ଏହାର ସୁବିଧା ସୁଯୋଗ ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ , ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର ଟିକୁ ଉଦ୍ ଘାଟନ କରି ନିଜ ବକ୍ତବ୍ୟ ରେ ଓଡ଼ିଶା ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ ।
ଏହି ଯୋଜନା ଲୋକଙ୍କର ଉପକାର ପାଇଁ ଉଦ୍ଦିଷ୍ଟ । ଯଦି କେହି ଏହାର ଖିଲାପ କରନ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ଉଭୟ ସରକାରଙ୍କ ଦ୍ଵାରା ପ୍ରଣୀତ ଲୋକାଭିମୁଖୀ ଯୋଜନାର ଖିଲାପ ଧାରୀ ଙ୍କୁ କଠୋର ରୁ କଠୋର ତର ଦଣ୍ଡ ବିଧାନ ଦେବା ପାଇଁ ଆଇନ୍ ରେ ଥିବା ବିଧି ବ୍ୟବସ୍ଥା ସମ୍ବନ୍ଧରେ ବୁଝାଇ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କଣ ଏବଂ ଏହା ଲୋକଙ୍କ ର କିପରି ସହାୟକ ହୋଇପାରୁଛି । ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିବା ବେଳେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଦସ୍ୟା କ୍ଷଣପ୍ରଭା କରା , ସମାଜ ସେବୀ ପ୍ରଭାସିନୀ ନନ୍ଦ ଏବଂ ସରପଞ୍ଚ ପ୍ରମୋଦ କୁମାର ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା , ପ୍ରମୋଦ କୁମାର ମହାନ୍ତି , ପ୍ରକାଶ କୁମାର ଦଳେଇ , ରୁନିତ୍ କୁମାର ଦଳେଇ , ଆୟୁଷ୍ମାନ ଚୌଧୁରୀ , ଇପ୍ସୀତା ଦେବଦର୍ଷିନୀ, ପ୍ରଣତି ପରିଡ଼ା , କୀର୍ତ୍ତି ଆଚାର୍ଯ୍ୟ , ବାଣୀ ବନ୍ଦନା ବିଶ୍ଵାଳ ଏବଂ ପ୍ରାଧିକରଣ ର କର୍ମଚାରୀ ଗଦାଧର ବିଶ୍ଵାଳ , ପ୍ରଶାନ୍ତ କୁମାର ସାହୁ , ପବନ କୁମାର ବେହେରା ଏବଂ ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930