Indus Valley Times

ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ଓ ଏନଏସି ସଭାପତି ମନୋନୟନ ପ୍ରକ୍ରିୟା ପାଇଁ ଦଳୀୟ ସାଙ୍ଗଠନିକ ବୈଠକ

 Breaking News

ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ଓ ଏନଏସି ସଭାପତି ମନୋନୟନ ପ୍ରକ୍ରିୟା ପାଇଁ ଦଳୀୟ ସାଙ୍ଗଠନିକ ବୈଠକ

December 06
19:35 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୧୨ : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ କ୍ରମେ ନୟାଗଡ଼ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସଂଗଠନ ସୃଜନ ଦ୍ୱାରା ମନୋନୀତ ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି ଦଳୀୟ ବୈଠକରେ ଜିଲ୍ଲା ବ୍ୟାପି ପ୍ରତ୍ୟେକ ବ୍ଲକ, ମୁନିସିପାଲିଟି ଏବଂ ଏନଏସି ରେ ସଭାପତି ଚୟନ ପାଇଁ ଡିସିସି ସଭାପତିଙ୍କ ନେତୃତ୍ୱରେ ୭ ବରିଷ୍ଠ ନେତୃମଣ୍ଡଳୀ ଙ୍କର ଏକ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି କମିଟି ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଏନଏସି ଗସ୍ତ କରି ବିଭିନ୍ନ ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଙ୍କ ସହିତ ଆଲୋଚନା କରି ସଭାପତି ପଦ ପାଇଁ ତିନିଜଣିଆ ନାମ ତାଲିକା ପିସିସି କୁ ସୁପାରିଶ କରିବେ । ସେହିପରି ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ପୁନର୍ଗଠନ କରାଯାଉଛି ବୋଲି ଡିସିସି ଶ୍ରୀ ଦାଶ କହିଛନ୍ତି ।
ଏହି ବୈଠକରେ ପୂର୍ବତନ ଡିସିସି ସଂଯୋଜକ, ଜିଲ୍ଲାର ବିଧାୟକ /ସାଂସଦ ପ୍ରାର୍ଥୀ, ପୂର୍ବତନ ପିସିସି ସଂଯୋଜକ ଶ୍ରୀ ସତ୍ୟବ୍ରତ ନାୟକ, ବରିଷ୍ଠ ନେତା ସରୋଜ ପରିଡା, ଲଷ୍ମୀଧର ତ୍ରିପାଠୀ, ବିଶ୍ୱନାଥ ବରାଡ଼,ରଣପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର, ସୁକାନ୍ତ ଶତପଥି, ବସନ୍ତ ମହାରଣା, ବରିଷ୍ଠ ନେତ୍ରୀ ବିନୋଦିନୀ ମହାନ୍ତି, ଡିସିସି କିସାନ କଂଗ୍ରେସ ସଭାପତି ବସନ୍ତ କର, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁଙ୍କ ସମେତ ଡିସିସି ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ବରିଷ୍ଠ ନେତୃବୃନ୍ଦ, ଯୁବ, ଛାତ୍ର, ପିସିସି ସଭ୍ୟମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକ ଉପଲକ୍ଷେ ତାଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930