Indus Valley Times

ପାରାଦୀପ ଢିଙ୍କିଆରେ ହେବ ବୃହତ୍ତ ଇସ୍ପାତ ପ୍ରକଳ୍ପ, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

 Breaking News

ପାରାଦୀପ ଢିଙ୍କିଆରେ ହେବ ବୃହତ୍ତ ଇସ୍ପାତ ପ୍ରକଳ୍ପ, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପାରାଦୀପ ଢିଙ୍କିଆରେ ହେବ ବୃହତ୍ତ ଇସ୍ପାତ ପ୍ରକଳ୍ପ, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
May 27
16:51 2026

ଜଗତସିଂହପୁର /ଏରସମା, ୨୭/୫ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଠାରେ ପ୍ରସ୍ତାବିତ ବହୁ ପ୍ରତିକ୍ଷୀତ ଜେଏସଡବ୍ଲ୍ୟୁର ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତର ବିକାଶର ମଙ୍ଗ ଧରିବ ପାରାଦ୍ୱୀପ । ପାରଦ୍ୱୀପଠାରୁ ଏରସମା ପର‌୍ୟ୍ୟନ୍ତ ଶିଳ୍ପର ବିକାଶ ହେବ ।
ଯେଉଁ ବର୍ଷ ଦୁଇ ଦଶକ ତଳେ ଲୋକେ ଦେଖିଥିଲେ ଆଜି ତାହା ପୂରଣ ହେବାକୁ ଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ଉପରେ ବର୍ଷିଛନ୍ତି ।୨୦୦୫ରେ ମସିହାରେ ପୂର୍ବ ସରକାର ସମୟରେ ପୋସ୍କୋ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
କିନ୍ତୁ ଆନ୍ତରିକତା ଅଭାବରୁ ପୋସ୍କୋ ରାଜ୍ୟ ସହିତ ଦେଶ ଛାଡ଼ି ପଳାଇଲା । କିନ୍ତୁ ବିଜେପି ସରକାର ଆସିବା ପରଠାରୁ ଶିଳ୍ପାୟନରେ ଅଗ୍ରଗତି ହୋଇଛି । ୨୦୨୮ରେ ହେବାକୁ ଥିବା ଶିଳାନ୍ୟାସ ୨ ବର୍ଷ ପୂର୍ବରୁ ହୋଇଛି । ଏହା ଏହା ଐତିହାସିକ ଦିନ । ଏଥିପାଇଁ ଜିନ୍ଦଲ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବିଧାୟକ ଅମରେନ୍ଦ୍ର ଦାସ ଏବଂ ଜେଏସ୍‌ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ୍ ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31