Indus Valley Times

ଅହେତୁକ ଦରଦାମ ବୃଦ୍ଧି ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡିର ମହିଳା ସମାବେଶ

 Breaking News

ଅହେତୁକ ଦରଦାମ ବୃଦ୍ଧି ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡିର ମହିଳା ସମାବେଶ

ଅହେତୁକ ଦରଦାମ ବୃଦ୍ଧି ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡିର ମହିଳା ସମାବେଶ
June 06
10:54 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୬/୬ : ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଅନ୍ୟ ପକ୍ଷରେ ସାରାରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେଡି ନାରୀ ମାନଙ୍କ ବିରୁଦ୍ଧରେ ବଢୁଥିବା ଅତ୍ୟାଚାର, ଦରଦାମ ବୃଦ୍ଧି ବିରୁଦ୍ଧରେ ସମାବେଶ, ଶୋଭାଯାତ୍ରା ଆୟୋଜନ କରୁଛି।
ଏହି ପରିପେକ୍ଷୀରେ ଖୋରଧା ରେ ବିଜେଡିର ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ ନେତୃ ମଣ୍ଡଳୀ ଏକାଠି ହୋଇଛନ୍ତି।
ବେଗୁନିଆ, ବୋଲଗଡ, ଚିଲିକା, ଜଟଣୀ, ଟାଙ୍ଗୀ ଅଞ୍ଚଳରୁ ବିଜେଡି ନେତା, କର୍ମୀ ସ୍ଥାନୀୟ ଗୀତା ଭବନ ପଡ଼ିଆରେ ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ ରାଜ୍ୟସଭା ସାଂସଦ ସୁଲତା ଦେଓ,ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ, ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ, ଜିଲ୍ଲା ବିଜେଡି କାର‌୍ୟ୍ୟକାରୀ ସଭାପତି ମନ୍ମଥ କୁମାର ରାଉତରାୟ, ବିଜେଡି ମହିଳା ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଯୁବ, ଛାତ୍ର, ମହିଳା, କର୍ମୀ, ଏକାଠି ହୋଇ ନବୀନ ପଟ୍ଟନାୟକ ତୁମେ ଫେରିଆସ, ମୋହନ ମାଝୀ ଙ୍କ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ।
ଏହି ଅବସରରେ ରାଜ୍ୟ ଓ ଜ଼ିଲ୍ଲା ନେତୃମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଉପ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା।
ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଦରଦାମରେ ଅଣନିୟନ୍ତ୍ରିତ, ବୃଦ୍ଧ , ବୃଦ୍ଧା, ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ ନ କରିବା , ଆଞ୍ଚଳିକ ସମସ୍ୟା କ୍ଷେତ୍ରରେ ସରକାରଙ୍କ ବିଫଳତା, ବିଦ୍ୟୁତ ଦର ବୃଦ୍ଧି, କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ ପ୍ରଭୃତି ସମସ୍ୟାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930