ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ଅନୁଦାନରେ ଏକ ସଚେତନତା କାର୍ଯ୍ୟକ୍ରମ ” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା\” କର୍ମଶାଳା (ଷ୍ଟାର୍ଟ ଅପ୍ ଏଣ୍ଡ ଇନୋଭେସନ) ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ବେହେରା ସମ୍ୱଳ ବ୍ୟକ୍ତିତ୍ୱ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ ସହ କାର୍ଯ୍ୟକ୍ରମର ଅନ୍ତ୍ରନିହିତ ଉଦ୍ଦେଶ୍ୟ ପ୍ରଖ୍ୟାପନ କରିଥିଲେ ।
ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଶ୍ଳେଷଣାତ୍ମକ ଟିପ୍ପଣୀ ରଖିଥିଲେ । ଅନ୍ତଃ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ହିମାଂଶୁ ଚରଣ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ଶେଷରେ ନାକ୍ ସଂଯୋଜକ ଡ.ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୋଲିସ : ଗଞ୍ଜେଇ ପାକିଂ ମେସିନ ସହ ଦୁଇଟି ମୋବାଇଲ ଜବତ
ବାଲିଗୁଡା, ୨୨/୭ : କନ୍ଧମାଳ ଜିଲ୍ଲା ରେ ଗଞ୍ଜେଇ ମୁକ୍ତ କରିବା ପାଇଁ କନ୍ଧମାଳ ପୋଲିସ ଅଭିନଵ ପ୍ରୟାସ କରୁଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ବେ ଧଡକ ଭାବେ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗ୍ରାମରେ ଦୀର୍ଘ ଛଅ ମାସ ହେବ ଜୈନକ ବ୍ୟକ୍ତି ଭଡ଼ାରେ ରହି ବିଭିନ୍ନ ସ୍ଥାନରୁ ଗଞ୍ଜେଇ କିଣି ଭଡ଼ା ଘରେ ରଖିଥିଲେ ଆଉ ସେହି ଘରେ ରଖି ତାହା ମେସିନ୍ ସାହାଯ୍ୟରେ ଭିଡ଼ିବା ପାଇଁ ଦୁଇ ଗଞ୍ଜେଇ ମାଫିଆଙ୍କୁ ନିଜ ଘରେ ରଖିଥିଲେ ।
ସେହି ଦୁର୍ବୁତ୍ତ ମାନେ ଘର ଆଗ ପଟୁ ତାଲାଚାବି ବନ୍ଦ କରି ବାରିପଟୁ ଘର ଭିତରେ ଗଞ୍ଜେଇ ଭିଡ଼ିବାରେ ବ୍ୟସ୍ତ ଥିଲେ, ସେହି ସମୟରେ କୌଣସି ସୂତ୍ରରୁ ସୂଚନା ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଙ୍କ ସହ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଦୁର୍ବୁତ୍ତ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମ ର ସଞ୍ଜୟ ସାହୁ (୨୯) ଓ ଲାଇନପଡ଼ା ଗ୍ରାମର ସୁଧୀର ସାହୁ (୨୧) ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୫ କେଜି ଗଞ୍ଜେଇ ସମେତ ହାତରେ ଚଳାଯାଉଥିବା ଗୋଟିଏ କମ୍ପ୍ରେସର ମେଶିନ, ୨ଟି ଓ୍ବେଲ୍ଡିଂ ମେଶିନ ଓ ୨ଟି ମୋବାଇଲ ଜବତ କରାଯାଇଛି ।
ଏ ନେଇ ଦାରିଙ୍ଗବାଡି ଥାନା କେଶ୍ ନଂ.୧୯୫/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି କ୍ଷ ଏହି ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି ।






