Indus Valley Times

ଗଜପତି :ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ଏ,ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ:ଟି:ବି: ସାଇକ୍ଲିଂ ଚାମ୍ପିୟନଶିପ୍ ଉଦ୍‌ଘାଟିତ

 Breaking News

ଗଜପତି :ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ଏ,ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ:ଟି:ବି: ସାଇକ୍ଲିଂ ଚାମ୍ପିୟନଶିପ୍ ଉଦ୍‌ଘାଟିତ

ଗଜପତି :ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍ଏ,ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ:ଟି:ବି: ସାଇକ୍ଲିଂ ଚାମ୍ପିୟନଶିପ୍ ଉଦ୍‌ଘାଟିତ
September 05
19:41 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୯ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିର ପାଦ ଦେଶରେ ଥିବା କଇଁପୁର ଠାରେ “ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରାଜ୍ୟ ସାଇକ୍ଲିଂ ଲିଗ୍” ଓ ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ:ଟି:ବି: ସାଇକ୍ଲିଂ ଚାମ୍ପିୟନସିପ୍ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି।
ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ କଇଁପୁର ସରକାରୀ ଏସ:ଏସ:ଡି: ହାଇସ୍କୁଲ ଖେଳ ପଡ଼ିଆ ଓ ମହେନ୍ଦ୍ରଗିରିର ଏମ:ଟି:ବି: ଟ୍ରାକ୍‌ରେ ଅନୁଷ୍ଠିତ ହେଉଅଛି।
ଏହି ଅବସରରେ ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନସିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ସାଇକ୍ଲିଷ୍ଟ ମାନଙ୍କୁ ଉତ୍ସାହିତ କରିବା ସହ ମହେନ୍ଦ୍ରଗିରି ଅଞ୍ଚଳରେ ସାଇକ୍ଲିଂ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶ୍ରୀ ସୁକାନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ସ୍ୱାଗତ ଜଣାଇଥିଲେ।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ଓ ପୁରୁଷ ସାଇକ୍ଲିଷ୍ଟ ମାନଙ୍କ ସମେତ କୋଚ୍, ଟିମ୍ ମ୍ୟାନେଜର ଓ ଟେକ୍ନିକାଲ୍ ଅଫିସିଆଲ୍ ମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଚାମ୍ପିୟନସିପ୍ କାର‌୍ୟ୍ୟକ୍ରମ ଉଦୀୟମାନ ସାଇକ୍ଲିଷ୍ଟ ମାନଙ୍କୁ ପ୍ରତିଭା ପ୍ରଦର୍ଶନ ସହ ପ୍ରତିଯୋଗିତାମୂଳକ ଅଭିଜ୍ଞତା ହାସଲ ଓ ଉଚ୍ଚସ୍ତରୀୟ ସାଇକ୍ଲିଂ ପାଇଁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବାରେ ବିଶେଷ ସହାୟକ ହେଉଛି।
ମହେନ୍ଦ୍ରଗିରିର ଚ୍ୟାଲେଞ୍ଜିଂ ଏମ:ଟି:ବି: ଟ୍ରାକ୍‌ରେ ବିଭିନ୍ନ ବର୍ଗର ପ୍ରତିଯୋଗିତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆୟୋଜନର ସଫଳତା ପାଇଁ ସ୍ଥାନୀୟ କଇଁପୁର ଓ ବେଲାପଦର ଗ୍ରାମବାସୀଙ୍କ ସହଯୋଗ ସମେତ ଆୟୋଜକ, କୋଚ୍, ଟିମ୍ ମ୍ୟାନେଜର ଓ ଟେକ୍ନିକାଲ୍ ଅଫିସିଆଲ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930