Indus Valley Times

ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ

 Breaking News

ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ

ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
August 10
12:09 2022

ବ୍ରହ୍ମପୁର, ୧୦/୮: ଗଞ୍ଜେଇ ଖୋଜୁଖୋଜୁ ମିଳିଲା ପୁଳା ପୁଳା ଟଙ୍କା ଓ ସୁନା ବିସ୍କୁଟ୍ । ଗଞ୍ଜେଇ ଥିବା ସନ୍ଦେହରେ ବ୍ରହ୍ମପୁରରେ ଏକ ଗାଡ଼ି ଯାଞ୍ଚ ବେଳେ ସେଥିରୁ ମିଳିଲା ୧ କୋଟି ୨୨ ଲକ୍ଷର କ୍ୟାସ୍ ।
ଏହାପରେ ଘଟଣାର ଖୋଳତାଡ଼ କରୁ କରୁ ଏହି ଟଙ୍କା ଦେଇ ବଦଳରେ ଜଣେ ବ୍ୟବସାୟୀ ସୁନା ବିସ୍କୁଟ ନେଇଥିବା ଜଣାପଡ଼ିଲା। ତାଙ୍କ ନିକଟରୁ ମିଳିଲା ୨୩ଟି ସୁନା ବିସ୍କୁଟ । ଏହି ଘଟଣାରେ ୩ ଜଣ ଅଟକ ଥିବା ବେଳେ ଏଝଞ ଫାଙ୍କି ବ୍ୟବସାୟ କରିବାକୁ ସେମାନେ ଏପରି ଯୋଜନା କରିଥିବା କହିଛନ୍ତି।
ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳ ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର୍ ଯିବ ବୋଲି ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଆଧାରରେ ଅବକାରୀ ଅଧିକାରୀ ବିଭିନ୍ନ ଛକରେ ଯାଞ୍ଚ କରୁଥିଲେ।
ଗତକାଲି ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ନିକଟରେ ମୁମ୍ବାଇ ନମ୍ବର ପ୍ଲେଟ ଥିବା ଏକ କାର୍ ଯାଉଥିବା ବେଳେ ତାହାକୁ ଅଟକାଇଥିଲେ ଅବକାରୀ ଅଧିକାରୀ।
ଏହାପରେ ଉକ୍ତ ଗାଡ଼ି ଯାଞ୍ଚ କରିବାରୁ ତାହାର ଡିକି ମଧ୍ୟରୁ ୧ କୋଟି ୨୨ ଲକ୍ଷର କ୍ୟାସ୍ ମିଳିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲ ବୋଲି କାର୍ରେ ଥିବା ୨ ଜଣଙ୍କୁ ପଚାରିବାରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କୁ ସୁନା ବିସ୍କୁଟ ବିକି ଏହି ଟଙ୍କା ଆଣିଥିବା କହିଲେ।
ଏହାପରେ ଉକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଯିବାରୁ ସେ ସୁନା କିଣିଥିବା ମାନିଲେ । ତାଙ୍କ ନିକଟରୁ ସମୁଦାୟ ୨୩ଟି ସୁନା ବିସ୍କୁଟ ଜବତ ହୋଇଛି।
ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ବଡ଼ବଜାରର ୨ ଜଣ ସୁନା ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣେ ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031