Indus Valley Times

ମାଲକାନଗିରି ଓଟିଇଏଲ୍ପି ପ୍ଲସ୍ ପକ୍ଷରୁ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

 Breaking News

ମାଲକାନଗିରି ଓଟିଇଏଲ୍ପି ପ୍ଲସ୍ ପକ୍ଷରୁ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମାଲକାନଗିରି ଓଟିଇଏଲ୍ପି ପ୍ଲସ୍ ପକ୍ଷରୁ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
September 15
20:33 2022

ମାଲକାନଗିରି,୧୫/୯ : ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଇଟିଡ଼ିଏ ସଂସ୍ଥା ପକ୍ଷରୁ ଓଟିଇଏଲପି ପ୍ଲସ୍ ପ୍ରକଳ୍ପ ଜରିଆରେ କାଲିମେଳା ବ୍ଲକର ଜାକାଲକୁଣ୍ଡି ଗ୍ରାମ ଓ ଖଇରପୁଟ ବ୍ଲକର ମାଡ଼କାପଦର ଗ୍ରାମରେ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକରୁ ଊର୍ଦ୍ଧ୍ୱ ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ବତକଙ୍କୁ ଟିକାକରଣ ଓ ଭିଟାମିନ୍ ଔଷଧ ବଂଟନ କରିବା ସହିତ ବହୁ ଲୋକଙ୍କୁ ରୋଗ ଏବଂ ନିରାକରଣ ବିଷୟରେ ବୁଝାଯାଇଥିଲା । ଏହି ପ୍ରାଣୀ ସ୍ୱାସ୍ଥ୍ୟ ଶିବିରରେ କାଲିମେଳା ପ୍ରାଣୀଚିକିତ୍ସା କାର‌୍ୟ୍ୟାଳୟ ପକ୍ଷରୁ ବି.ଭି.ଓ ଡ଼କ୍ଟର ଜିତେନ୍ଦ୍ର କୁମାର ମହାନ୍ତି, ଭି.ଏ.ଏସ୍ ଡ଼କ୍ଟର ଜଶୋବନ୍ତ କୁମୁଟି, ଏଲ.ଆଇ କେତକି ନାୟକ, ଏଲ.ଆଇ ଶଙ୍କର ପରିଜା, ଏଲ.ଆଇ ବିଶ୍ୱଜିତ୍ ମଣ୍ଡଳ, ଏସ୍ଏଲଏନ୍ଡ଼ିଏସ୍ ସଂସ୍ଥା କାଲିମେଳା ଓ ପଡ଼ିଆ କ୍ଲଷ୍ଟରରୁ ଜୀବନଜୀବିକା ଅଧିକାରୀ କାଂଚନ ଦାସ ଯୋଗଦାନ କରିଥିଲେ । ସେହିପରି ଖଇରପୁଟ ବ୍ଲକ ପ୍ରାଣୀଚିକିତ୍ସା କାର‌୍ୟ୍ୟାଳୟ ପକ୍ଷରୁ ବି.ଭି.ଓ ଡ଼କ୍ଟର ତୁଷାର ମିଶ୍ର, ଡ଼କ୍ଟର ସୁଭମ୍ କୁମାର ପରିଡ଼ା ଓ ଖଇରପୁଟ କ୍ଲଷ୍ଟର ବିକାଶ ସଂସ୍ଥାର ପ୍ରମ୍ମୁଖ ଅଧିକାରୀମାନେ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିରକୁ ସୂଚାରୁରୁପେ ଚଳାଇଥିଲେ । ଏହି ଦୁଇଟି ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିରକୁ ଓଟିଇଏଲପି ପ୍ଲସ୍ର ପିଓସିବି ପ୍ରିୟବ୍ରତ ଖମାରି ଉପସ୍ଥିତ ରହି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930