Indus Valley Times

ଖଣ୍ଡଗିରି ପାହାଡ଼ ନିକଟ ସୁଲଭ ଶୌଚଳୟ ପଛପଟେ ବେଆଇନ ବ୍ରାଉନସୁଗାର ବିକ୍ରି, ଅଭିଯୁକ୍ତ ଗିରଫ

 Breaking News

ଖଣ୍ଡଗିରି ପାହାଡ଼ ନିକଟ ସୁଲଭ ଶୌଚଳୟ ପଛପଟେ ବେଆଇନ ବ୍ରାଉନସୁଗାର ବିକ୍ରି, ଅଭିଯୁକ୍ତ ଗିରଫ

September 24
20:07 2022

ଭୁବନେଶ୍ବର, ୨୪/୯: ଖଣ୍ଡଗିରି ଥାନା ପୁଲିସ ଆଜି ବେଆଇନ ବ୍ରାଉନ୍ସୁଗାର ବିକ୍ରି ଅଭିଯୋଗରେ ଜଣକୁ ଗିରଫ କରିଛି। ଏଥି ସହିତ ଅଭିଯୁକ୍ତ ପାଖରୁ ୧୩ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ହେଲା କେଶବ ସିଂହ (୨୧)।
ପୁଲିସ କହିବା ଅନୁସାରେ ପୁଲିସ ଟିମ୍ ଆଜି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଖଣ୍ଡଗିରି ପାହାଡ଼ ନିକଟରେ ଥିବା ସୁଲଭ ଶୌଚଳୟ ପଛପଟେ ବେଆଇନ ବ୍ରାଉନସୁଗାର ବିକ୍ରୟ ସୂଚନା ଖଣ୍ଡଗିରି ଥାନା ପୁଲିସକୁ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିଲା । ଖଣ୍ଡଗିରି ପୁଲିସ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହିତ ଉକ୍ତ ସ୍ଥାନରେ ପହଞ୍ଚି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ ଏବଂ ତାଙ୍କ ହେପଜାତରୁ ୧୩ ଗ୍ରାମ ବ୍ରାଉନସୁଗାର ଜବତ ମଧ୍ୟ କରିଥିଲେ।
ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗାଁର ଦିଲ୍ଲୀପ ସିଂହଙ୍କ ପୁଅ କେଶବ ସିଂହ ବୋଲି ଜଣାପଡ଼ିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ବ୍ରାଉନସୁଗାର ବିକ୍ରୟ ନେଇ କୌଣସି ସନ୍ତୁଷ୍ଟିଜନକ ଉତ୍ତର ଦେଇପାରିନଥିବାରୁ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ଥାନାକୁ ଆଣିଥିଲେ।
ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ଉକ୍ତ ବ୍ରାଉନସୁଗାରକୁ ବାଲେଶ୍ଵର ଅଞ୍ଚଳରୁ ଆଣି ଭୁବନେଶ୍ୱରର ଯୁବ ପିଢୀକୁ ବିକ୍ରୟ କରି ବିପୁଳ ଅର୍ଥ ରୋଜଗାର କରୁଥିବାର ପ୍ରକାଶ କରିଥିଲେ। ତଦନ୍ତ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରଯାଇଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ଅନ୍ୟ ଏକ ଘଟଣାରେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରୁ ଆଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଗିରପ ଅଭିଯୁକ୍ତ ହେଲା ଯାଜପୁର ରୋଡ଼ ଅଂଚଳର ଅଜୁ ଦାସ। ପୂର୍ବରୁ ମଧ୍ୟ ସେ ବ୍ରାଉନୁସୁଗାର କାରବାର ଘଟଣାରେ ଧରାପଡିଥିଲା। ଜବତ ହୋଇଥିବା ବ୍ରାଉନୁସୁଗାର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଅଜୁ କେଉଁଠାରୁ ଏହି ବ୍ରାଉନସୁଗାର ଆଣୁଥିଲା ଏବଂ ଏହାକୁ କେଉଁଠାକୁ ପଠାଉଥିଲା, ତଦନ୍ତ ପରେ ଜଣାପଡ଼ିବ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930