Indus Valley Times

୧୪ ଲକ୍ଷ ଟଙ୍କା ଜାଲି ନୋଟ ଜବତ,କାରଖାନା ସିଲ୍ କଲା ପୋଲିସ

 Breaking News

୧୪ ଲକ୍ଷ ଟଙ୍କା ଜାଲି ନୋଟ ଜବତ,କାରଖାନା ସିଲ୍ କଲା ପୋଲିସ

୧୪ ଲକ୍ଷ ଟଙ୍କା ଜାଲି ନୋଟ ଜବତ,କାରଖାନା ସିଲ୍ କଲା ପୋଲିସ
July 07
20:57 2022

ଭୁବନେଶ୍ବର,୭/୭: ଗୁରୁବାର ଦିନ ବରଗଡ଼ ଜିଲ୍ଲା ପୋଲିସ୍ ଏକ ନକଲି ନୋଟ୍ ଛପା କାରଖାନା ଜବତ କରିଛି । ତାହା ସହିତ ୧୪ ଲକ୍ଷ ନକଲି ଟଙ୍କା ଜବତ କରିଛି । ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର।
ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଏକ ନକଲି ନୋଟ୍ ଛାପା କାରଖାନା ପରିଚାଳିତ ହେଉଥିବା ନେଇ ଏସ୍ଟିଏଫ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବରଗଡ଼ ପୁଲିସ ସହାୟତାରେ ଏସ୍ଟିଏଫ୍ ଚଢ଼ଉ ପାଇଁ ସ୍ବତନ୍ତ୍ର ଭାବେ ଯୋଜନା କରିଥିଲା। ଏସ୍ଟିଏଫ ଚଢ଼ଉ ସମୟରେ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଏହି ବେଆଇନ୍ କାମରେ ନିୟୋଜିତ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା ପରୱାନୀ ଥାନା ଅଞ୍ଚଳର ରାମ ଲଖନଙ୍କ ପୁଅ ପଟ୍ଟୁ ଯାଦବ (ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସିକିରିରେ ରହୁଛନ୍ତି) ଓ ବରପାଲି ଥାନା ଅନ୍ତର୍ଗତ ମାହାତୋମପଡ଼ା ଗାଁର ପଣ୍ଡାଲୁ ମେହେରଙ୍କ ପୁଅ ବଳରାମ ମେହେରଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ବ୍ୟାପକ ପରିମାଣରେ ଜାଲ୍ ନୋଟ୍ ସହ ମେସିନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ବରଗଡ଼ ପୁଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031