Indus Valley Times

ଗଜପତି : ମେଗା ମିଶନ ଶକ୍ତି ଋଣ ବଣ୍ଟନ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

 Breaking News

ଗଜପତି : ମେଗା ମିଶନ ଶକ୍ତି ଋଣ ବଣ୍ଟନ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ଗଜପତି : ମେଗା ମିଶନ ଶକ୍ତି ଋଣ ବଣ୍ଟନ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ
April 15
19:45 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ମେଗା ଋଣ ବଣ୍ଟନ ମେଳା ଓ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଗୋଟିଏ ଛାତ ତଳେ ସମସ୍ତ ହିତାଧିକାରୀ ମାନଙ୍କୁ ବିନା ସୁଧରେ ଋଣ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ଏସଏଚଜି: ମାଆ ମାନେ ବିଭିନ୍ନ ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ପାଲଟି ଗଲେଣି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇ ସମାଜର ଉନ୍ନତି ପଥରେ ଆଗକୁ ବଢ଼ିବେ ଏହାହିଁ ଏହି ଋଣ ବଣ୍ଟନ ମେଳାର ଆଭିମୁଖ୍ୟ । ତେଣୁ ଏସଏଚଜି: ମାଆ ମାନେ ଏହି ଋଣ ଟଙ୍କା ନେଇ ତାର ସଦ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଓଡ଼ିଶାର ମିଶନ ଶକ୍ତି ତଥା ଏସଏଚଜି: ଗୋଷ୍ଠୀ ଓଡ଼ିଶା ଓ ଭାରତ ବାହାରେ ଏକ ଉଦାହରଣ ପାଲଟି ଯାଇଥିବା ସହ ସାରା ବିଶ୍ୱରେ ପ୍ରଶଂସା ପାଉଛି , କହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖରପଣ୍ଡା ଯୋଗଦେଇ ମହିଳା ମାନେ ଏସଏଚଜି: ଗୋଷ୍ଠୀରୁ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ଗୋଷ୍ଟିକୁ କିଭଳି ରୂପାନ୍ତରିତ ହେବେ ଏବଂ ସମସ୍ତ ନାରୀ କିଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସାମିଲ ହୋଇ ସଶକ୍ତକରଣ ହେବେ ଏହାହିଁ ସମସ୍ତ ବିଭାଗର ଏକ ବଡ ଆଭିମୁଖ୍ୟ ରହିଛି ବୋଲି କହିଥିଲେ ।
ଜିଲ୍ଲା ପରିଷଦ ସିଡିଓ ତଥା ଇଓ: ଶ୍ରୀ ରୋମାଞ୍ଚଳ ଖମାରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଯେଉଁ ଉନ୍ନତି ମୂଳକ ଯୋଜନା ସବୁ ରହିଛି , ତାହା କିଭଳି ସମସ୍ତ ନାରୀଙ୍କ ଠାରେ ପହଞ୍ଚି ପାରିବ ଏବଂ ଯେଉଁ ନାରୀମାନେ ଘରେ ବସି ରୋଜଗାର କରି ନିଜେ ସ୍ୱାବଲମ୍ବୀ ହୋଇ ପାରିବେ , ସେମାନଙ୍କ ଉନ୍ନତି ପାଇଁ ଏଭଳି ପ୍ରୟାସ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୋରୀୟମ ରଇତ , ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି ଓ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମିଶନଶକ୍ତି ବିଭାଗର ଡିପିଏ: ଶ୍ରୀମତୀ ମନୋସ୍ମିତା ପାତ୍ର ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା ଅତିଥି ମାନଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପାରଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ ମିଶନଶକ୍ତି ଅଧିନସ୍ତ ୧୦୧ ଟି ଏସଏଚଜି: ଗୋଷ୍ଠୀଙ୍କୁ ମୋଟ ୪ କୋଟି ୧୪ ଲକ୍ଷ୍ ୫୦ ହଜାର ଟଙ୍କାର ଋଣ ସହାୟତା ଚେକ୍ ବଣ୍ଟନ କରିବା ସହ ଜାଗା ମିଶନ ପଟ୍ଟା ,ବିଭିନ୍ନ ଯୋଜନା ଭତ୍ତା ଏବଂ ଆଇଟିଡିଏ: ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇଥିବା ଅଟା କୁନା ଓ ଧାନ କଳ , ଓଜନ ମାପ ଯନ୍ତ୍ର , ବଡ ଛତା ଓ ପ୍ଲାଷ୍ଟିକ ଟ୍ରେ ସବୁ ବଣ୍ଟନ କରିଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ବିଭିନ୍ନ ବ୍ୟାଙ୍କ୍ ପକ୍ଷରୁ ଯଥା:- ଏସବିଆଇ: , କାନାଡା ବ୍ୟାଙ୍କ୍ , ୟୁକୋ ବ୍ୟାଙ୍କ , ଉତ୍କଳ ଗ୍ରାମୀଣ ବ୍ୟାଙ୍କ , ବ୍ୟାଙ୍କ୍ ଅଫ୍ ଇଣ୍ଡିଆ , ୟୁନିଅନ ବ୍ୟାଙ୍କ୍ , ଜିଲ୍ଲା ସମବାୟ ବ୍ୟାଙ୍କ୍ ପ୍ରମୁଖ ବ୍ୟାଙ୍କ୍ ମାନଙ୍କ ଋଣ ସହାୟତା ଚେକ୍ ଦିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଆଇଟିଡିଏ:- ପିଏ: ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଡିଆଇ-ପିଆରଓ: ଶ୍ରୀ ପ୍ରଦୀପ୍ତ ଗୁରୁମାଇ ଏବଂ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ମିଶନ ଶକ୍ତି ଡିପିସି: ଶ୍ରୀ ରଶ୍ମି ରଞ୍ଜନ ସେଠୀ , ଓଏଲ୍ଏମ: ର ଡିପିଏମ: ଶ୍ରୀମତୀ ପ୍ରିୟମ୍ବଦା ବିଶୋଇ , ଡ଼ିଆଇସି: ର ଜେନେରାଲ ମ୍ୟାନେଜର ଶ୍ରୀ ସୁନାରାମ ସିଂହ ଏବଂ ପାରଳାଖେମୁଣ୍ଡି ଏସବିଆଇ:ର ଚିଫ ମ୍ୟାନେଜର ଶ୍ରୀ ଚକ୍ରଧର ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଜିଲ୍ଲା ମିଶନ ଶକ୍ତି ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମଚାରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031