Indus Valley Times

ଚନ୍ଦ୍ରପୁର ବିଜେପି ମଣ୍ଡଳ ସଦସ୍ୟତା ଅଭିଯାନ -୨୦୨୪ କର୍ମଶାଳା ଅନୁଷ୍ଠିତ

 Breaking News

ଚନ୍ଦ୍ରପୁର ବିଜେପି ମଣ୍ଡଳ ସଦସ୍ୟତା ଅଭିଯାନ -୨୦୨୪ କର୍ମଶାଳା ଅନୁଷ୍ଠିତ

August 28
20:56 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର ତା୨୮/୮: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ – ୨୦୨୪ କର୍ମଶାଳା ସ୍ଥାନୀୟ ମା ଝାଲିଆଗୁଡ଼ି କମ୍ୟୁନିଟି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ପ୍ରିୟରଞ୍ଜନ ସାହୁକାର(ବାପି ) ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ପ୍ରଭାରି ଶ୍ରୀ ରମେଶ ସାମନ୍ତ ଶହପ୍ରଭାରି ରଥ ଉଲ୍ଲାକା ଅବିସି ମର୍ଚ୍ଚା ମଣ୍ଡଳ ସଭାପତି ସୁବାସ ସାହୁକାର ମାଏନାରୀଟି ଜିଲ୍ଲା ସଭାପତି ସହଦେବ କୁସୁଲିଆ ବରିଷ୍ଠ କାର୍ଯ୍ୟକରତା ଶ୍ରୀ ଦାୟନିଧି ପାତ୍ର ସରପଞ୍ଚ ଫୋକୀର ମୋହନ ଗୁମିଡଙ୍ଗା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରେରଣାଦାୟୀ ମାଆ ଭାରତୀ,ବିଜେପି ଦଳ ପ୍ରତିଷ୍ଠାତା ସ୍ବର୍ଗତ ଦିନଦୟାଲ ଉପାଧ୍ୟାୟ ଓ ଅଟଳବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାର ଶୁଭାରମ୍ବ ସଂଗୀତ ବନ୍ଦେ ମାତରଂ ଗାନ କରିଥିଲେ।
ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସାହୁକାର ପ୍ରଥମେ ଅତିଥି ମାନଙ୍କ ପରିଚୟ ଦେବା ସହ ବିଜେପି ଦଳର ସଦସ୍ୟତା ଅଭିଯାନ ୨୦୨୪ କର୍ମଶାଳା ସମ୍ପର୍କରେ ଅବଗତ କରାଇଥିଲେ।ପରେ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସାମନ୍ତ ସଦସ୍ୟତା ଅଭିଯାନ ୨୦୨୪ କର୍ମଶାଳା ବିଜେପି ଦଳର ସାଂଗଠାନିକ ଦକ୍ଷତାର ଅଭିବୃଦ୍ଧି ସହ ଏକ ଅଭିନବ ଯୋଜନାର ପରିକଳ୍ପନା ବୋଲି କହିଥିଲେ।ବିଜେପି ଏକ ବିନ୍ଦୁରୁ ଆଜି ସିନ୍ଧୁ ସଦୃଶ ବିଶ୍ୱର ସର୍ବ ବୃହତ ରାଜନୈତିକ ଦଳ ଭାବେ ଉଭା ହୋଇଥିବା ଦର୍ଶାଇଥିଲେ।
ଏଣୁ ସବୁ ବର୍ଗର ଲୋକଙ୍କୁ ବିଜେପି ଦଳ ସହିତ ଯୋଡି ସର୍ବ ଜନ ହିତାୟ କାର୍ଯ୍ୟରେ ନିଜକୁ ସମର୍ପିତ କରିବାକୁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସେ ଆହ୍ଵାନ ଦେଇଥିଲେ। ସେହିପରି ବରିଷ୍ଠ କାର୍ଯ କର୍ତା ଶ୍ରୀ ପାତ୍ର ସଦସ୍ୟତା ଅଭିଯାନ ଫଳରେ ସଂଗଠନର ଶକ୍ତି,ସାମର୍ଥ୍ୟ ଓ କଳେବର ବୃଦ୍ଧି ପାଇଥାଏ।ଏହାଦ୍ବାରା ଦଳ ଶକ୍ତିଶାଳୀ ହେବା ସହିତ ପ୍ରତି ହୃଦୟରେ ରାଷ୍ଟ୍ର ଭାବନା ଏବଂ ରାଷ୍ଟ୍ର ସର୍ବୋପର ମନନ ଉଦ୍ରେକ ହୋଇଥାଏ।
ବିଜେପି ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଆଧୁନିକ ରାଜନୀତିକୁ ଶୁଚି ଓ ଶୁଦ୍ଧାତାର ସହିତ ପୃଥିବୀରେ ପ୍ରତିଷ୍ଠିତ କରିବା ପାଇଁ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାକୁ ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତା ନିଜ ଜୀବନ ଦର୍ଶନର ଅଂଶ କରିନେଲେ ଆମ ଦେଶ ପରମ ବୈଭବଶାଳି ଓ ବିଶ୍ଵଗୁରୁ ହୋଇ ପାରିବ।
ଏଣୁ ସଦସ୍ୟତା ଅଭିଯାନର ମୂଳମନ୍ତ୍ର ଖାଲି ସଦସ୍ୟତା ଅଭିଯାନ ସଂଖ୍ୟାରେ ସୀମିତ ନରହି ଏହା ସଦସ୍ୟ ମାନଙ୍କ ମଧ୍ୟରେ ମାନବିକ ଗୁଣବତ୍ତା,ସ୍ବଦେଶ,ସ୍ଵଧର୍ମ,ସଂସ୍କୃତି ଓ ପରମ୍ପରା ପ୍ରତି ଅନୁରାଗ ରହିଥିବା ଆବଶ୍ୟକ ବୋଲି କହିଥିଲେ।ଏହି କର୍ମଶାଳାରେ ଚନ୍ଦ୍ରପୁର ମଣ୍ଡଳ ର ଆଠଟି ଶକ୍ତିକେନ୍ଦ୍ର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
ମୋନଜ କିଟାଙ୍ଗ ସୁରେନ୍ଦ୍ର ଦିବାକ ଜଗନ୍ନାଥ ପ୍ରଧାନୀ ପ୍ରଶାନ୍ତ ଗଗେ ରଙ୍ଗା ସୁନାମିନୀ ପଟିଙ୍ଗା ବିନଦ ମୁଣ୍ଡିକା ପଦ୍ମନ ପ୍ରତିଙ୍ଗା ବେଣୁଧର ଗାଡକା ବଳରାମ ମହାନ୍ତି ପ୍ରମୁଖ ଅନେକ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହିତ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031