ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣ
August 18
17:15
2025
କଟକ,୧୮/୮: ଚଳନ୍ତା ଅଟୋରେ ନାବାଳିକାଙ୍କୁ ଜଣେ ଅଟୋଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ପୋଲିସ ଗିରଫ କରିଛି।
ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଗିରଫ ଅଟୋ ଚାଳକ ଜଗତସିଂହପୁରର ହୋଇଥିବା ସୂଚନା ଦେଇଛନ୍ତି। ତେବେ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଶିଖରପୁର ନିକଟରେ ଅଟୋରେ ଆସୁଥିବାବେଳେ ନାବାଳିକାଙ୍କୁ ଅଟୋ ଚାଳକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।






