Indus Valley Times

ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହାକ୍ଷଳୟ ଯୋଗାସନ ପ୍ରତିଯୋଗିତା

 Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହାକ୍ଷଳୟ ଯୋଗାସନ ପ୍ରତିଯୋଗିତା

August 08
10:56 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୮ : ଆସନ୍ତା ସ୍ଵାଧୀନତା ଦିବସ ଅବସରରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଗ୍ରହାଳୟରେ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଦଶମ ଓ ଯୁକ୍ତ ୨ ଏବଂ ଯୁକ୍ତ ୩ ତିନିଗୋଟି ବିଭାଗ ମଧ୍ୟରେ ଅନୁଷ୍ଠିତ ହେଇଥିଲା ।
ବିଚାରକ ଭାବେ ଯୋଗ ଶିକ୍ଷକ ଦିଲ୍ଲୀପ ଚୌଧୁରୀ, ସୂର୍ଯ୍ୟନାରାୟଣ ପଣ୍ଡା, ଆଶାରାଣୀ ମିଶ୍ର, ନଟବର ଅଗ୍ରୱାଲା, ଗୀତାଞ୍ଜଳି ପଣ୍ଡା, ବିକାଶ ଅଗ୍ରୱାଲା, ପ୍ରଜ୍ଞା ଦାସ ଯୋଗ ଦେଇଥିଲେ ।
ମୁଖ୍ୟ ଯୋଗ ଶିକ୍ଷକ ଦେବାଶିଷ ପୁରୋହିତ ପରିଚାଳନା କରିଥିଲେ କ୍ଷ ଛାତ୍ରଛାତ୍ରୀମାନେ ଆସନ, ପ୍ରାଣାୟାମ ଓ ଯୋଗର ଆବଶ୍ୟକତା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ଗ୍ରନ୍ଥାଗାର ଅକ୍ଷୟ ମହାକୁଡ ଓ ସହଯୋଗ କରିଥିଲେ ।
ସିନିୟର୍ ବିଭାଗରେ ପ୍ରଥମ ପ୍ରତିଭା ପ୍ରଧାନ, ଜବାହର ନବୋଦୟ ବିଦ୍ୟାଳୟ, ଦ୍ଵିତୀୟ ବର୍ଷାରାଣୀ ପ୍ରଧାନ ଜବାହର ନବୋଦୟ ବିଦ୍ୟାଳୟଓ ତୃତୀୟ ଖୀଳକ୍ଷଦ୍ରି ବାସୁଦେବ ନାୟକ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟସ୍ଥାନ, ଜୁନିଅର ବିଭାଗରେ ପ୍ରଥମ ସାଇ ସୟମ ରଥ,ଆଦର୍ଶ ବିଦ୍ୟାଳୟ ଦ୍ଵିତୀୟ ଶୁଭଶ୍ରୀ ମେହେର, ସେଣ୍ଟ ଜାଭିୟାର ତୃତୀୟ ସନ୍ତୃପ୍ତି ସାହୁ, କେନ୍ଦ୍ରୀୟ ବିଦ୍ୟାଳୟ, ଆୟୁଷି ପ୍ରଧାନ, ସେଣ୍ଟ ଜାଭିୟାର, ସବ ଜୁନିଅର ବିଭାଗରେ ପ୍ରଥମ ସୁଭଲକ୍ଷ୍ମି ମିର୍ଦ୍ଧା, ସେଣ୍ଟ ଜାଭିୟାର, ଦ୍ଵିତୀୟ ସ୍ଵତିଶ୍ରି ପ୍ରଧାନ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ଓ ତୃତୀୟ ସ୍ୱରୂପ କୁମାର ବେହେରା, ବାପୁଜୀ ନଗର ସ୍ଥାନ ରଖିଛନ୍ତି କ୍ଷ ଆସନ୍ତା ସ୍ଵାଧୀନତା ଦିବସ ଦିନ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ପ୍ରଦାନ କରାଯିବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031