Indus Valley Times

ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାହିଁ, ଯାହାର ଯେତେ ଆବଶ୍ୟକ ନେଇ ପାଇବେ

 Breaking News

ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାହିଁ, ଯାହାର ଯେତେ ଆବଶ୍ୟକ ନେଇ ପାଇବେ

ଟାଙ୍କି ବନ୍ଦ ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାହିଁ, ଯାହାର ଯେତେ ଆବଶ୍ୟକ ନେଇ ପାଇବେ
May 12
18:24 2026

ଭୁବନେଶ୍ୱର,୧୨/୫ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଅଶୋଧିତ ତେଲ ଦର ବୃଦ୍ଧିକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।
ଅନେକ ସ୍ଥାନରେ ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତିକୁ ସ୍ପଷ୍ଟ କରି ଲୋକଙ୍କୁ ଆଶ୍ୱାସନ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କିମ୍ବା ଦେଶରେ କୌଣସି ପ୍ରକାର ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଯଥେଷ୍ଟ ପରିମାଣର ତେଲ ମହଜୁଦ ରହିଛି ଏବଂ ସମସ୍ତ ପେଟ୍ରୋଲ ପମ୍ପ ସାଧାରଣ ଭାବେ ଚାଲୁ ଅଛି। “କୌଣସି ଟାଙ୍କି ବନ୍ଦ କରିବାକୁ ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇନାହିଁ। ଆବଶ୍ୟକୀୟଙ୍କୁ ତେଲ ମିଳିବ,” ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଲୋକମାନେ ଭୁଲ୍ ଭାବେ ବୁଝିବା ଉଚିତ୍ ନୁହେଁ। ମଧ୍ୟପ୍ରାଚ୍ୟର ଅସ୍ଥିର ପରିସ୍ଥିତିକୁ ଦେଖି ଭବିଷ୍ୟତରେ ତେଲ ସଂକଟ କିମ୍ବା ଦର ବୃଦ୍ଧିର ସମ୍ଭାବନା ଥାଇପାରେ। ସେଥିପାଇଁ ଏବେଠାରୁ ଇନ୍ଧନ ବ୍ୟବହାରରେ ସଚେତନତା ଓ ନିୟନ୍ତ୍ରଣ ଆଣିବା ଦରକାର।
ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଉପରେ ଯେପରି ଅଧିକ ଭାର ପଡ଼ିବ ନାହିଁ, ସେଥିପାଇଁ ସରକାର ନିଜେ ଅର୍ଥନୈତିକ ଭାର ବହନ କରୁଥିବା କଥା ମନ୍ତ୍ରୀ କହିଛନ୍ତି। ଦେଶର ଅର୍ଥନୀତିକୁ ସୁସ୍ଥ ରଖିବା ପାଇଁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।
କେତେକ ସ୍ଥାନରେ ପରିବହନ ଓ ଯୋଗାଣ ସମସ୍ୟା ଯୋଗୁଁ ସାମୟିକ ଅସୁବିଧା ହୋଇଥିବା କୁହାଯାଉଛି। ତେବେ ଖୁବ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ସରକାର ଆଶ୍ୱାସନ ଦେଇଛନ୍ତି। ତଥାପି ଆନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଓ ଯୁଦ୍ଧ ପରିସ୍ଥିତିକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ଏବେ ମଧ୍ୟ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31