Indus Valley Times

ପୁରୀରେ ଆୟୋଜିତ ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

 Breaking News

ପୁରୀରେ ଆୟୋଜିତ ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ପୁରୀରେ ଆୟୋଜିତ ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି, ବନ୍ଦ ରହିବ ଶିକ୍ଷାନୁଷ୍ଠାନ
December 03
20:06 2024

ପୁରୀ,୩/୧୨: ଡିସେମ୍ବର ୪ ଅର୍ଥାତ୍ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୁରୀ ପୌରପାଳିକାରେ ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ।
ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି ଜଣାପଡିଛିି। ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ଏଥିରେ ସାମିଲ ହୋଇପାରିବନି।
ଯେଉଁଠି ଜନଗହଳି ହେବ, ସେଠି ଏଲଇଡି ବ୍ୟବସ୍ଥା କରାଯିବ। ସମୁଦ୍ରରେ ଜାହାଜ ସବୁ ଥିବାରୁ କେହି ପାଣିକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲାପାଳ। ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବା ସହ ଗଜପତି ମହାରାଜାଙ୍କୁ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ଜିଲାପାଳ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031