Indus Valley Times

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ସରିଲାଣି ମଙ୍ଗଳ ଆଳତି ଅବକାଶ

 Breaking News

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ସରିଲାଣି ମଙ୍ଗଳ ଆଳତି ଅବକାଶ

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ, ସରିଲାଣି ମଙ୍ଗଳ ଆଳତି ଅବକାଶ
October 30
10:29 2025

ଭୁବନେଶ୍ୱର, ୩୦/୧୦ : ଗୋଟିଏ ଦିନର ଉପବାସ ପରେ ଶେଷରେ ଗୁରୁବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ବିବାଦର ଯଦି ସମାଧାନ ନ ହୁଏ ତେବେ ନୀତି ବନ୍ଦ କରିବାକୁ ବ୍ରାହ୍ମଣ ନିଯୋଗ ଚେତାବନୀ ଦେଇଛି ।
ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ ପାଳି ଥିଲା । କିନ୍ତୁ ସମର୍ଥା ନିଯୋଗର ଉପଯୁକ୍ତ ଉତ୍ତରାଧିକାରୀ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା ।
ଫଳରେ ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା । ଫଳରେ ପ୍ରଭୁ ଲିଙ୍ଗରାଜଙ୍କୁ ଖାଡା ଉପବାସରେ ରହିବାକୁ ପଡିଥିଲା ।
ଏପରିକି ମହାପ୍ରଭୁଙ୍କଠାରେ ଭୋଗ ଲାଗି ହୋଇ ନ ଥିବାରୁ ହଜାର ହଜାର ହବିଷ୍ୟାଳି ଓ ଭକ୍ତ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ ।
ଏମିତି ପରିସ୍ଥିତି ପାଇଁ ସେବକମାନେ ମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ସେବାୟତଙ୍କ ଉତ୍ତରାଧିକାରୀ ନ ଥିବାରୁ ତାଙ୍କ ସେବା କିଏ କରିବ ତାହା ପ୍ରଶାସନ ସ୍ଥିର କରି ପାରୁନି । ଫଳରେ ଏମିତି ଅବସ୍ଥା ଦେଖା ଦେଇଛି ।
ଏହା ପୂର୍ବରୁ ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତ ବନ୍ଦ ରହିଥିଲା । ଫଳରେ ମହାପ୍ରଭୁ ପଇତାଲାଗି ହୋଇ ପାରି ନ ଥିଲା । ରକ୍ଷାବନ୍ଧନରେ ପ୍ରଭୁ ପଇତା ପିନ୍ଧି ପାରି ନଥିଲେ । ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31